ମାର୍ଚ୍ଚ ୩୧ ଯାଏଁ ହେବନି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ

ଭୁବନେଶ୍ୱର : କୋରୋନା ଯୋଗୁଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂକୁ ବନ୍ଦ କରାଯାଇଛି । ଏହି ନିୟମ ଆଜିଠାରୁ ମାର୍ଚ୍ଚ ୩୧ ଯାଏଁ ନିୟମ ଲାଗୁ କରାଯାଇଛି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଟିଓରେ ଭିଡ କମାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କୋରୋନା ଭାଇରସକୁ ବ୍ୟାପିବା ଉପରେ ରୋକ୍ ଲଗାଇବା ପାଇଁ ଏକା ସ୍ଥାନରେ ୫ଜଣରୁ ଅଧିକ ବ୍ୟକ୍ତି ଗହଳି ନ କରିବାକୁ ପରାମର୍ଶ ଜାରି କରାଯାଇଛି। ତେବେ ଆରଟିଓ ଅଫିସରେ ଗାଡ଼ି ଫିଟନେସ୍, ରୋଡ଼ ପରମିଟ୍ ଓ ଟ୍ୟାକ୍ସ କଲେକ୍ସନ କାର୍ଯ୍ୟ ଜାରି ରହିବ ।

ଓଡିଶାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଅନେକ ସଚେତନତାମୂଳକ ପଦକ୍ଷେପ ନେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି ।