ଭୁବନେଶ୍ୱର: ଏବେ ରାସ୍ତାରେ ବହୁ ସମୟରେ ଲୋକେ ଅଳ୍ପ ସମୟରେ ନିଜ ସ୍ଥାନକୁ ପହଂଚାଇବାକୁ ହେଉ କିମ୍ବା କୌଣସି କାରଣରୁ ରଙ୍ଗ ଡ୍ରାଇଭିଂ କରି ଯାଉଛନ୍ତି । ଫଳରେ ଏହି କାରଣରୁ ବହୁ ଦୁର୍ଘଟଣା ଦେଖାଯାଉଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଉଛି । ସେ ନୂତନ ପଦକ୍ଷେପଟି ହେଉଛି ସ୍ପାଇକ୍ ବ୍ୟାରିଅର । ଏହି ସ୍ପାଇକ୍ ବ୍ୟାରିଅର ରଙ୍ଗ ଡ୍ରାଇଭିଂକୁ ରୋକିବ ।
କଟକ ଓ ଭୁବନେଶ୍ଵରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଂଟ ରହିଛି। ସେଥିମଧ୍ୟରୁ ଦ୍ଵୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ନିଷ୍ପତି ହୋଇଛି। ଏହା ପୂର୍ବରୁ ଦେଶର ପୁନେ, ହାଇଦ୍ରାବାଦ ଓ ନୋଇଡ଼ାରେ ରଙ୍ଗ ଡ୍ରାଇଭିଂ ରାସ୍ତାରେ ସ୍ପାଇକ୍ ବ୍ୟାରିଅର ଲଗାଯାଇଛି। ଯାହାକୁ ଏବେ ଭୁବନେଶ୍ଵର ଓ କଟକରେ ଲଗାଯିବାକୁ କମିଶନରେଟ୍ ପୋଲିସ ସ୍ଥିର କରିଛି।