ପିଇବ ପାଣି ସମାସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ବାରିପଦା ୧୩ ନମ୍ବର ଓ୍ବାର୍ଡ ବସିନ୍ଦା

ବାରିପଦା :ପିଇବାପାଣି ସପ୍ଲାଇ ଆସୁନଥିବାରୁ ତାତିଲେ ବାରିପଦା ୧୩ ନମ୍ବର ଓ୍ବାର୍ଡ ର ବସ୍ତି ବାସିନ୍ଦା । ଆଜି ଦିନ ୮.୩୦ ମିନିଟ ସମୟରେ ଶତାଧିକ ମହିଳା ଗରା ବାଲଟି ରଖି ବାରିପଦା ରେଲୱେ ଷ୍ଟେସନ ସମ୍ମୁଖରେ ରାସ୍ତା ବନ୍ଦ କରି ଧାରଣାରେ ବସିଛନ୍ତି । ଦୀର୍ଘଦିନ ରୁ ପାଣି ଆସୁନଥିବାରୁ ଏଠାକାର ବସିନ୍ଦା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏ ବାବଦରେ ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀ ଙ୍କ ଦ୍ବାରସ୍ଥ ହୋଇ ନିରାସ ହେବାରୁ ଆଜି ବାଧ୍ୟ ହୋଇ ସହର ର ମୁଖ୍ୟ ରାସ୍ତା କୁ ବନ୍ଦ କରି ବସିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସ୍ଥାୟୀ ସମାଧାନ କରା ନଯାଇଛି ସେ ପର୍ଯ୍ୟନ୍ତ ରାସ୍ତା ରୁ ଉଠିବେ ନାହିଁ ବୋଲି କହିଛନ୍ତି ।  ସୁଷମା ଦାଶ (ସ୍ଥାନୀୟ ମହିଳା ସଂଘର ସଭାପତି ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବାବେଳେ ବହୁ ବିଳମ୍ବରେ ଆସି ପହଞ୍ଚିଥିଲେ ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ।