ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ବାଙ୍ଗାଲୋର: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଆରଡିଓ ଏକ ଅନମେନଡ୍ ଏରିୟଲ ଭେଇକିଲ୍ ବା ୟୁଏଭି ଆଜି କର୍ଣ୍ଣାଟକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ୟୁଏଭି ଡ୍ରୋନ କର୍ଣ୍ଣାଟକର ଚିତ୍ରଦୂର୍ଗ ଜିଲ୍ଲାର ଜିଡିଚିକିନହେଲିଠାରେ କ୍ରାଶ ହୋଇ ଯାଇଛି ।

ଆଜି ସକାଳେ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଡ୍ରୋନର ନାମ ରୁସ୍ତମ-୨ ବୋଲି ଜଣାପଡିଛି । ଏହାକୁ ଗତବର୍ଷ କର୍ଣ୍ଣାଟକର ଚଲାକେରେ ଟେଷ୍ଟ ଫାସିଲିଟିରୁ ସଫଳ ଭାବେ ପରୀକ୍ଷଣ କରାଯାଇଥିଲା । ଏହାକୁ ଆଜି ଟ୍ରାଏଲ କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ।