ଡକ୍ଟର ଉମାକାନ୍ତ ମିଶ୍ର ‘ସକାଳ’ର ସମ୍ପାଦକ

ଦୈନିକ ‘ସକାଳ’ ନୂଆ ପରିପାଟୀରେ ଡିସେମ୍ବର ପହିଲାରେ ଆତ୍ମପ୍ରକାଶ କରିବ

ଭୁବନେଶ୍ୱର : ନୂଆ ପରିପାଟୀରେ ଡିସେମ୍ବର ପହିଲାରେ ଆତ୍ମପ୍ରକାଶ କରିବାକୁ ଯାଉଥିବା ‘ସକାଳ’ ଦୈନିକ ଓଡିଆ ଖବର କାଗଜ ‘ସକାଳ’ର ସମ୍ପାଦକ ଭାବେ ଡକ୍ଟର ଉମାକାନ୍ତ ମିଶ୍ର ଯୋଗ ଦେଇଛନ୍ତି ।

ଦୈନିକ ‘ସକାଳ’ ନୂଆ ପରିପାଟୀରେ ଡିସମ୍ବେର ପହିଲାରେ ଆତ୍ମପ୍ରକାଶ କରିବ

ପିଆଇବିର ପୂର୍ବତନ ନର୍ଦ୍ଦେଶକ ଡକ୍ଟର ଉମାକାନ୍ତ ମିଶ୍ର ୧୯୭୩ ମସିହାରେ ଇଣ୍ଡିଆନ ଇନଫର୍ମେସନ ସର୍ଭିସରେ ଯୋଗଦେଇଥିଲେ । ଦୀର୍ଘ ୨୬ ବର୍ଷ ଧରି ସରକାରୀ ସୂଚନାସେବାରେ ବିଭିନ୍ନ ଗୁରୁତ୍ୱପୂଣ୍ଣ ପଦବୀରେ ରହି ସେ ତାଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, କଟକ ଫିଲ୍ମୀ ସେନସର ବୋର୍ଡର ଆଞ୍ଚଳିକ ଅଧିକାରୀ, ରେଳବାୟୀ ଗଣଯୋଗାଯୋଗ ବିଭାଗର ନିର୍ଦ୍ଦେଶକ, ଭାରତୀୟ ଗଣସଞ୍ଚାର ସଂସ୍ଥାନର ପ୍ରଫେରସ ତଥା ମୁଖ୍ୟଭାବେ ଡକ୍ଟର ମିଶ୍ର ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟେରେଟ୍ ଲାଭକରିଥିବା ଡକ୍ଟର ମିଶ୍ର ଭିଜିଲାନ୍ସ କମିସନ, କେନ୍ଦ୍ର ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟର ଯୋଗାଯୋଗ ବିଭାଗର ବିଭାଗରେ ବିଶେଷଜ୍ଞ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସରକାରୀ ଚାକିରିରୁ ଅବସର ନେବାପରେ ସେ ଇଣ୍ଡିଆ ନ୍ୟୁଜ ଗ୍ରୁପ ଟିଭି ଚ୍ୟାନେଲର ପରାମର୍ଶଦାତା, ‘ଆଜ ସମାଜ’ ଖବର କାଗଜ ଗ୍ରୁପର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।