ଡ. ଶିତିକଣ୍ଠ ମିଶ୍ର ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । କେନ୍ଦ୍ର ପର୍ଯ୍ୟଟନ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ୍ ତାଙ୍କୁ ୩ ବର୍ଷ ଲାଗି ଏହି ପଦବୀ ନିମନ୍ତେ ମନୋନୀତ କରିଛନ୍ତି ।

ଆଇଆଇଟିଟିଏମ୍ ପର୍ଯ୍ୟଟନ କେନ୍ଦ୍ର ମନ୍ତ୍ରଣାଳୟ ପରିଚାଳିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଯାହାର ଶାଖା ଅନୁଷ୍ଠାନ ଭୁବନେଶ୍ୱର, ନୋଇଡା, ନେଲୋର ଓ ଗୋଆ ଠାରେ କାର୍ଯ୍ୟ କରୁଛି । ପର୍ଯ୍ୟଟନ ଓ ତତ୍‌ସଂକ୍ରାନ୍ତିୟ ବିଭିନ୍ନ ବିଷୟରେ ଏଠାରେ ଶିକ୍ଷା ଓ ତାଲିମ୍‌ ଦିଆଯାଇଥାଏ । ଡ. ମିଶ୍ର ଆଇଆଇଟିଟିଏମ୍‌ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହିତ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍‌ସିଲର ଅଫ୍ ଟେକ୍ନିକାଲ୍ ଏଜୁକେସନ୍‌ର ପରିଚାଳନା କମିଟିର ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଏହା ସହ ସେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏକ୍ରିଡିସନ୍‌ର ଏକ୍ରଡିସନ୍ ଇଭାଲ୍ୟୁଏସନ୍ କମିଟିର ଅଧ୍ୟକ୍ଷ, ଇଣ୍ଡିଆନ୍ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି କଂଗ୍ରେସର ସଭାପତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍‌, ସିଣ୍ଡିକେଟ୍ ଓ ଏକାଡେମିକ କାଉନ୍‌ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ବର୍ତମାନ ସେ ନର୍ଥଇଷ୍ଟ ହିଲ୍ ୟୁନିଭର୍ସିସଟି, ଇଗ୍‌ନୁ ଓ ମିଜୋରାମ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ ବୋର୍ଡ ସଦସ୍ୟ ଅଛନ୍ତି ।