୭ ଦିନ ପରେ ମାଟି ଭିତରୁ ଦମ୍ପତିଙ୍କ ଶବ ଉଦ୍ଧାର; ହତ୍ୟା ସନ୍ଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଖେଣ୍ଡରା ପଂଚାୟତର ପାଟବିଲା ଗ୍ରାମ ଜଙ୍ଗଲରେ ଆଜି ସକାଳେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି, ଦୀର୍ଘ ୭ ଦିନ ପରେ ଆଜି ମାଟି ଭିତରୁ ଏହି ଶବ ଉଦ୍ଧାର କରିଛି ପୁଲିସ ।

ସୂଚନାଯୋଗ୍ୟ,ଗତ ଶୁକ୍ରବାର କାସିପାଳ ହାଟକୁ ଯାଇ ସେମାନେ ଘରକୁ ଫେରି ନ ଥିଲେ । ଉଭୟଙ୍କୁ କେହି ହତ୍ୟା କରି ଗାତରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର କରାଯାଇଥିବା ସ୍ୱାମୀଙ୍କ ନାମ ବୁଦ୍ଧଦେବ ମହାକୁଡ଼ ଏବଂ ସ୍ତ୍ରୀଙ୍କ ନାମ ହେଲା ମାଳତୀ ମହାକୁଡ଼ ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିଏ କାହିଁକି ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା, ସେନେଇ କିଛି ସୁରାକ ମିଳିନାହିଁ । ତେବେ ପୁଲିସ ନିଜ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଦମ୍ପତତ୍ତିଙ୍କ ପୁଅ ।