ଦୂରଦର୍ଶନର ପ୍ରସିଦ୍ଧ ଆଙ୍କର ନୀଲମ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଖ୍ୟାତିସମ୍ପନ୍ନା ଉପସ୍ଥାପିକା ନୀଲମ ଶର୍ମାଙ୍କ ଦେହାନ୍ତ ହୋଇଛି । ଦୂରଦର୍ଶନ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନୀଲମଙ୍କ ଦେହାନ୍ତର ସୂଚନା ଦେଇଛି । ନୀଲମ ଦୂରଦର୍ଶନର ଜଣେ ପରିଚିତ ଚେହେରା ଥିଲେ । ନୀଲମଙ୍କ ଦେହାନ୍ତରେ ଦୂରଦର୍ଶନ ପକ୍ଷରୁ କୋଶ ପ୍ରକାଶ କରାଯାଇଛି । କୁହାଯାଉଛି ଯେ ନୀଲମ କ୍ୟାନସରରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ବୋଧ ଘାଟଠାରେ ନୀଲମଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଦୀର୍ଘ ୨୦ ବର୍ଷ ଧରି ଦୂରଦର୍ଶନ ସହ ଜଡିତ ଥିଲେ ନୀଲମ । ଚଳିତ ବର୍ଷ ମାର୍ଚ୍ଚ ମାସରେ ନୀଲମଙ୍କୁ ନାରୀ ଶକ୍ତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାଛଡା ନୀଲମ ଅନ୍ୟ ସମ୍ମାନରେ ସାମ୍ମାନିତ ହୋଇ ସାରିଛନ୍ତି । ଦୂରଦର୍ଶନର ଏହି ବରିଷ୍ଠ ଉପସ୍ଥାପିକା ନିଜର ୨୦ ବର୍ଷର କ୍ୟାରିୟରରେ “ତେଜସ୍ୱନୀ”ରୁ ଆରମ୍ଭ କରି “ବଡ ଚର୍ଚ୍ଚା” ପରି ଅନେକ ଲୋକପ୍ରିୟ କାର‌୍ୟ୍ୟକ୍ରମର ପରିଚାଳନା କରିଛନ୍ତି । ୧୯୯୫ ମସିହାରେ ନୀଲମ ଦୂରଦର୍ଶନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।