୬୦ ବର୍ଷରେ ପାଦ ଥାପିଲା ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତରେ ଟିଭି ଉଦ୍ୟୋଗ ବିଳମ୍ୱରେ ଆରମ୍ବ ହୋଇଛି କିନ୍ତୁ ଦୂରଦର୍ଶନ ହିଁ ଥିଲା ଯିଏ ଦୀର୍ଘ ଦିନ ଧରି ଦେଶବାସୀଙ୍କ ମନୋରଞ୍ଜନ କରିଥିଲା । ଏଥିରେ ପ୍ରସାରିତ ହେଉଥିବା ଧାରାବାହିକ କୌତୁହଳ, ମନୋରଞ୍ଜନ ଭିତ୍ତିକ, ଡ୍ରାମ ଏବଂ ଶିକ୍ଷାଗତରେ ଭରପୁର ରହିଥିଲା । ଆଜି ଅର୍ଥାତ ସେପ୍ଟେମ୍ୱର ୧୫ ତାରିଖ ୨୦୧୯ ମସିହାରେ ଦୂରଦର୍ଶନର ୬୦ ବର୍ଷରେ ପାଦ ଦେଇଛି । ଦୂରଦର୍ଶନ ପକ୍ଷରୁ ୬୦ ବର୍ଷ ଅବସରରେ ବିଭିନ୍ନ ସ୍ମୃତି ଗୁଡିକୁ ସେୟର କରାଯାଇଛି । ୧୯୫୯ ମସିହା ସେପ୍ଟେମ୍ୱର ୧୫ ତାରିଖରେ ଦୂରଦର୍ଶନର ପ୍ରସାରଣ ଆରମ୍ଭ ହୋଇଥିଲା ।

ଦୂରଦର୍ଶନ ପାଇଁ ୯୦ ଦଶନ୍ଧୀ ଥିବା ସ୍ୱର୍ଣ୍ଣିମ ଯୁଗ । ଏହି ଦଶନ୍ଧୀରେ ଦେଶରେ ବଢିଥିବା ପିଲାମାନେ ଦୂରଦର୍ଶନ ସିଧାସଳଖ ଭାବେ ଜଡିତ ଥିଲେ । ୬୦ ବର୍ଷ ମଧ୍ୟରେ ଦୂରଦର୍ଶନ ଏପରି ଅନେକ ଧାରାବାହିକ ପ୍ରସାରଣ କରିଛି ଯାହା ଆଜି ମଧ୍ୟ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ କରିଛି । ଦୂରଦର୍ଶନରେ ପ୍ରାସରିତ ହୋଇଥିବା ଧାରାବାହିକ ଗୁଡିକ ମଧ୍ୟରୁ “ବୁନିୟାଦ” ଲୋକଙ୍କ ମନରେ ଘର କରିଥିଲା । ଏହି ଧାରା ବାହିକର ମୁଖ୍ୟ ଅଭିନେତା ଥିଲେ ବରିଷ୍ଠ ଅଭିନେତା ଆଲୋକନାଥ । ଏହି ଧାରାବାହିକରେ ଆଲୋକନାଥ ସ୍ୱାଧିନତା ସଂଗ୍ରାମୀର ଭୂମିକାରେ ନଜର ଆସିଥିଲେ । ସେହିପରି ଦୂରଦର୍ଶନରେ ପ୍ରାସରିତ ହୋଇଥିବା ରାମୟଣ ଅବା କାହାଠାରୁ ଅଛପା ଥିବ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ମନପସନ୍ଦର ଧାରାବାହିକ ଥିଲା ରାମୟଣ । ଲୋକେ ଟିଭି ସାମ୍ନାରେ ରାମାୟଣର ପ୍ରସାରଣକୁ ଚାହିଁ ରହୁଥିଲେ ।

ବଲିଉଡର କିଙ୍ଗ ମଧ୍ୟ ଦୂରଦର୍ଶନର ଦାନ । ଦୂରଦର୍ଶନରେ ପ୍ରାସରିତ ହୋଇଥିବା ଧାରାବିହକ ପୌଜିରୁ ହିଁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି ଧାରାବାହିକ ମଧ୍ୟ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ସେହି ବୋମକେଶ ବକ୍ସି, ମାଲଗୁଡି ଡେ, ଅଲିଫ ଲୈଲା ପରି ସିରିଅଲ ଦୂରଦର୍ଶନର ଗରିମାକୁ ବୃଦ୍ଧି କରିଛି । ଏହାସହ ଛୋଟ ଛୋଟ ପିଲାଙ୍କ ମନ ପସନ୍ଦର ଧାରାବାହିକ ଶକ୍ତିମାନ ମଧ୍ୟ ଦୂରଦର୍ଶନର ଦାନ । ଖେଳଠାରୁ ଆରମ୍ଭ କରି ମନୋରଞ୍ଜନ ସବୁ କ୍ଷେତ୍ରରେ ରହିଛି ଦୂରଦର୍ଶନର ଅଭୁଲା ଛାପ ।