ଗ୍ରାମାଂଚଳରେ ପୋଖରୀ ପାଣି ବଦଳରେ ନଳ ପାଣିକୁ ଗାଧୋଇବାରେ ବ୍ୟବହାର କଲେ ଭଲ: ସୁବ୍ରୋତ ବାଗଚୀ

ଭୁବନେଶ୍ୱର: କୋରୋନାକୁ ନେଇ ଲୋକଙ୍କ ସଜାଗ ରଖିବା ପାଇଁ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରୋତ୍ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଲୋକଙ୍କ ସଚେତନତାର ବାର୍ତା ହେଉଛନ୍ତି । ଆଜି ମଧ୍ୟ ଏଭଳି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କିଛି ସଚେତନତାର ବାର୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାମାଂଚଳରେ ଗାଧୋଇବା ପାଇଁ ପୋଖରୀ ପାଣି ବଦଳରେ ନଳ ପାଣିକୁ ବ୍ୟବହାର କଲେ ଭଲ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତ ସ୍ତରକୁ ଆସୁଛି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଓଡ଼ିଶାରେ ୬୧ଟ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୦ଟି ନେଗେଟିଭ ଆସିଥିଲା ବେଳେ ଗୋଟିଏ ମାତ୍ର ପଜିଟିଭ ମିଳିଛି।

ଗ୍ରାମାଂଚଳରେ ପାର୍ଲର ଖୋଲା ଯାଇପାରିବ ନାହିଁ। ସାମାଜିକ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି। କୋରୋନା ଆକ୍ରାନ୍ତ ଓଡ଼ିଆ ଯୁବକ ଭଲ ଅଛନ୍ତି। ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ। ଓଡ଼ିଆ ଯୁବକ ଖାଇବା ପିଇବା କରୁଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, କାଲି ୫ଟି ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଏଗୁଡ଼ିକ ସବୁ ନେଗେଟିଭ ଆସିଛି। ସେ କହିଛନ୍ତି, ଜିଲ୍ଲାସ୍ତରରେ ଓ ପଂଚାୟତ ସ୍ତରରେ କ୍ୱାରେନଂଟାଇନ୍ ବ୍ୟବସ୍ଥା କରାଯାଇଛି। ସେହିପରି କଟକ ମହାନଗର ନିଗମ ଅଧିନରେ ୨୧୫୦ଟି ବେଡ, ବ୍ରହ୍ମପୁରରେ ୮୪୦ଟି ବେଡ ଓ ଭୁବନେଶ୍ୱରସ୍ଥିତ ଘରୋଇ ହସ୍‌ପିଟାଲରେ ୯୯ଟି ବେଡ ବ୍ୟବସ୍ଥା କରାଯାଇଛି।

ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୧୦୪ ହେଲପ୍‌ଲାଇନ୍‌କୁ ୧୨ ହଜାରରୁ ଅଧିକ କଲ ଆସିଛି। ଆଜି ଦିନ ୨ଟା ସୁଦ୍ଧା ପୋଟାର୍ଲରେ ୨୬୦୦ ଲୋକ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। କୋରୋନା ମୁକାବିଲା ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ବୈଠକ ହୋଇଛି।  ଗ୍ରାମାଂଚଳରେ କେମିତି ଏହାକୁ ମୁକାବିଲା କରାଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି।