ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧ ଲକ୍ଷ ଟଙ୍କା ପ୍ରଦାନ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯ କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।

ଏହି ଡ୍ରାଫ୍ଟ କୁ ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ଙ୍କୁ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କର ପ୍ରଦାନ କରିଥିଲେ। ଏହା ସହ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ବିଭିନ୍ନ ଜନହିତକର କାର‌୍ୟ୍ୟର ଉଚ୍ଚ ପ୍ରଶଂସା କରିବା ସହ କରୋନା ପରିସ୍ଥିତି ସୁଧୁରିବା ପର‌୍ୟ୍ୟନ୍ତ ଏ ଭଳି କାର‌୍ୟ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।