ତାଜମହଲରେ ଟ୍ରମ୍ପ

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମାଲେନିଆ ଟ୍ରମ୍ପ ତାଜମହଲରେ ପହଂଚିଛନ୍ତି । ସେଠାରେ ସେମାନେ ଯାଇ ତାଜମହଲକୁ ପରିଦର୍ଶନ କରୁଛନ୍ତି । ଏ ନେଇ କେନ୍ଦ୍ରସରକାର ଓ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ମଧ୍ୟ କରାଯାଇଛି ।

ଆଗ୍ରାରେ ପହଂଚିବା ପରେ ଟ୍ରମ୍ପଙ୍କୁ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଅନ୍ୟପକ୍ଷରେ ଆଗ୍ରା ସହର ବିଶେଷକରି ତାଜମହଲ ଆଖପାଖରେ ପ୍ରବଳ ମାଙ୍କଡ଼ ଥିବାରୁ ସେମାନେ ଯେପରି ସମସ୍ୟାସୃଷ୍ଟି ନକରନ୍ତି ତାହାଉପରେ ରାଜ୍ୟପ୍ରଶାସନ ବିଶେଷ ଦୃଷ୍ଟି ରଖିଛି । ତାଜମହଲ ଆଖପାଖରେ ଥିବା ବିଭିନ୍ନ କୋଠାର ଛାତରେ ପ୍ରାୟ ୧୨୫ ପୋଲିସକର୍ମୀଙ୍କୁ ମାଙ୍କଡ଼ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ସହିତ ୫ଟି ଲଙ୍ଗୁର (ହନୁ ମାଙ୍କଡ଼)ଙ୍କୁ ନିୟୋଜିତ କରାଯାଇଛି ।