ମୋଦୀ ଓ ଇମ୍ରାନ ମିଳିତ ଭାବେ କାଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ: ଟ୍ରମ୍ପ

ନୂଆଦିଲ୍ଲୀ:ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ସଂପର୍ଣ୍ଣ ଦେଶ ଓ ସେମାନେ କାଶ୍ମୀର ପ୍ରସଙ୍ଗର ସମାଧାନ କରି ପାରିବେ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧିତ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କଥା ଦେଖାଯାଏ ତେବେ ଉଭୟ ହେଉଛନ୍ତି ମୋର ବନ୍ଧୁ । ଉଭୟ ପରମାଣୁ ଶକ୍ତି ସଂପର୍ଣ୍ଣ ଦେଶ । ଉଭୟଙ୍କୁ କାଶ୍ମୀର ପ୍ରସଙ୍ଗକୁ ସମାଧାନ କରିବା ପାଇଁ କହିଛି । ଇମ୍ରାନ ଖାନ ମଧ୍ୟ ଏନେଇ ଆଲୋଚନା କରିଥିଲେ । ଏହାସହ ମୋଦୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ କଥାବର୍ତା କରାଯାଇଛି ।

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ଅନେକ ଥର ମଧ୍ୟସ୍ତତା ବାବଦରେ ବୟାନ ଦେଇଛନ୍ତି । ସେ ପୁଣି ଏହି ମାମଲାରେ ସହାୟତା କରିବା ନେଇ କହିଛନ୍ତି । ସେ ଭାରତ ଓ ପାକିସ୍ତାନ ସହ କାଶ୍ମୀର ବାବଦରେ ଆଲୋଚନା କରିଛି ଆମେରିକା ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ମଧ୍ୟସ୍ତତା କରିବାକୁ ମଧ୍ୟ ରାଜି ଅଛି । ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି ।