ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

ବ୍ରହ୍ମଗିରି: ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ, ସାତପଡା ବନବିଭାଗ, ବନ୍ୟଜନ୍ତୁ ବିଭାଗ, ପରିବେଶବିତ୍‌, ସମାଜସେବୀ ଓ ସାତପଡା ଡଙ୍ଗା ଚାଳକ ସଂଘ ନିୟୋଜିତ ଅଛନ୍ତି।

ଏଥିଲାଗି ସାତପଡା ଅଂଚଳରୁ ୭ ଟି ଟିମ ଗଠନ କରାଯାଇଛି । ଯେଉଁଥିରେ ୪୭ ଜଣ ସଦସ୍ୟ ଅଛନ୍ତି। ଏହି କାର୍ଯ୍ୟ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ ୧୨ ଟା ପଯ୍ୟନ୍ତ ଚାଲିବ।