ଚିଲିକା କୂଳରୁ ମଲା ଡଲ୍‌ଫିନ୍‌ ଉଦ୍ଧାର

ବ୍ରହ୍ମଗିରି: ରବିବାର ସକାଳେ ବନ ବିଭାଗ ଗୋଟାଏ ଇରାଓ୍ଵାଡ଼ି ପ୍ରଜାତିର ମଲା ଡଲ୍‌ଫିନ୍‌ ଉଦ୍ଧାର କରିଛି। ମଲା ଡଲ୍‌ଫିନ୍‌ଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା। ୫ ଫୁଟ୍‌ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍‌ ଗୋଲେଇବିଶିଷ୍ଟ ସେ ମଲା ଡଲ୍‌ଫିନ୍‌କୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି। ବନ ବିଭାଗ କହିବା ଅନୁସାରେ ଏହାର ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ।