ମହିଳାଙ୍କ ପେଟରୁ ବାହାର କରାଗଲା ୭ କିଲୋର ଟ୍ୟୁମର

କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁରରେ ଏକ ଡାକ୍ତରୀ ଟିମ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଡାକ୍ତରୀ ଟିମ ଜଣେ ୫୬ ବର୍ଷୀୟ ମହିଳାଙ୍କ ପେଟରୁ ୭ କିଲୋର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି । ଗର୍ଭ ଜନିତ ସମସ୍ୟା ପାଇଁ ମହିଳା ଜଣକ ୨ ବର୍ଷ ତଳେ ଅପରେଶନ ହୋଇଥିଲେ । ଡାକ୍ତରୀ ଟିମ ଅପରେଶନ ଯେତେବେଳ ଯାଞ୍ଚ କରିଥିଲେ, ସେମାନେ ଏକ ବଡ଼ ଡ୍ୟୁମର ଥିବା ଜାଣି ପାରିଥିଲେ । ମାତ୍ର ଏହାକୁ କାଢ଼ିବା ପାଇଁ ଚ୍ୟାଲେଞ୍ଜିଂ ବିଷୟ ବୋଲି ମନେ କରିଥିଲେ ।

ଅପରେଶନରେ ସାମିଲ ଥିବା ମେଟିକାଲ ଟିମର ଡାକ୍ତର ଶେଣ୍ଡିଲ କୁମାର ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ଆମେ ଅସ୍ତ୍ରୋପଚାର କରି ସଫଳ ହୋଇଛୁ । ଏହା ଏକ ବିରାଟ ଟ୍ୟୁମର । ଗର୍ଭାଶୟ ପାଖରେ ଏହି ଟ୍ୟୁମରଟି ଥିଲା । ଏହି ଅପରେଶନ ଆମ ପାଇଁ ଏକ ଚ୍ୟାଲେଞ୍ଜିଂ ଥିଲା । ସେ ଯାହା ହେଉ ବି ଆମେ ସଫଳତାର ସହିତ ଅପରେଶନ କରିଛୁ ବୋଲି ଡାକ୍ତର କହିଛନ୍ତି ।