କାଶୀ ବିଶ୍ୱନାଥ ମନ୍ଦିରରେ ଇ-ୱାଲେଟ ବ୍ୟବସ୍ଥା

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଆରତୀ, ସୁଗମ ଦର୍ଶନ ଓ ରୁଦ୍ରାଭିଷେକର ଟିକେଟ ଏବେ ଇ-ୱାଲେଟ ‘ପେଟିଏମ’ ଜରିଆରେ ପୈଠ କରାଯାଇପାରିବ । ଏଥି ସହିତ ଶ୍ରଦ୍ଧାଳୁ ପେଟିଏମ ମାଧ୍ୟମରେ ଦାନ ମଧ୍ୟ କରିପାରିବେ...

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଆରତୀ, ସୁଗମ ଦର୍ଶନ ଓ ରୁଦ୍ରାଭିଷେକର ଟିକେଟ ଏବେ ଇ-ୱାଲେଟ ‘ପେଟିଏମ’ ଜରିଆରେ ପୈଠ କରାଯାଇପାରିବ । ଏଥି ସହିତ ଶ୍ରଦ୍ଧାଳୁ ପେଟିଏମ ମାଧ୍ୟମରେ ଦାନ ମଧ୍ୟ କରିପାରିବେ । ମନ୍ଦିରକୁ ଦାନ ପାଇ ଖୋଲାଯାଇଥିବା ପେଟିଏମ ଲିଙ୍କ ଏବେ ଲାଇଭ ହୋଇଯାଇଛି । 

ବିଶ୍ୱନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସଂପ୍ରସାରଣ ଯୋଜନା ପାଇଁ ଶ୍ରମଦାନ ବ୍ୟବସ୍ଥା ସହିତ ଦାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ପେଟିଏମ ଆପରେ ମନ୍ଦିର ଦାନର ଲିଙ୍କକୁ ଯୋଡାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ଦାନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । 

ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶାଳ ସିଂହ କହିଛନ୍ତି, ଡିଜିଟାଲ ଇଣ୍ଡିଆକୁ ଆଉ ଏକ ପାଦ ଆଗକୁ ନେବା ପାଇଁ ପେଟିଏମ ମାଧ୍ୟମରେ ପୈଠ କରାଯିବାର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ଶ୍ରଦ୍ଧାଳୁଙ୍କୁ ନିଶ୍ଚିନ୍ତରେ ରହିବାକୁ ପଡ଼ିବ । ଏଯାଏଁ ମନ୍ଦିରର ୱେବସାଇଟକୁ ଯାଇ ଦାନ କରାଯିବାର ବ୍ୟବସ୍ଥା ଥିଲା । 

ପେଟିଏମ କଂପାନୀ ଏହା ପୂର୍ବରୁ ବଦ୍ରୀନାଥ ମନ୍ଦିର, କେଦାରନାଥ ମନ୍ଦିର, ବୃନ୍ଦାବନର ୨ ମନ୍ଦିର, ଦରଘା ହଜରତ କମାଲୁଦ୍ଦୀନ, ନିଜାମୁଦ୍ଦୀନ ଦରଘା, ମୁମ୍ବାଇର ଲାଲବାଗ ରାଜା, ସୋମନାଥ ମନ୍ଦିର ସମେତ ୧୦ ଧାର୍ମିକସ୍ଥଳରେ ଏହି ସୁବିଧା ଆରମ୍ଭ କରିଛି । 

Spread the love
Categories
ଦେଶ-ବିଦେଶ

RELATED BY