ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ପାଇଁ ସ୍ଲଟ ବୁକିଂ । ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ । ଆବେଦନକାରୀ ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଦେଇପାରିବେ ।
ତେବେ ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରୀକ୍ଷା ହେବ । ଗତ ମାର୍ଚ୍ଚ ୧୮ ତାରିଖରେ ଥିବା ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ୧୧ ତାରିଖ ଅର୍ଥାତ୍ ଗୁରୁବାର ୨ଟା ସୁଦ୍ଧା ସାରିବାକୁ ପରିିବହନ କମିଶନର ସ୍ପଷ୍ଟ କରିଛନ୍ତି ।
ଆଜି ସକାଳୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସାନି ସ୍ଲଟ୍ ବୁକିଂ କରିହେବ । ବର୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ । ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦେଶ ଦିଆଯାଇଛି । ଅବେଦନକାରୀ ମାସ୍କ ପିନ୍ଧିବା ସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଅବେଦନକାରୀଙ୍କ ଥର୍ମାଲ ସ୍କାନିଂ କରିବା ବାଧ୍ୟତାମୂଳକ କରାଯାଇଛି ।