ବ୍ଲକ୍‌ରେ ଖୋଲିବ ଡିଏଲ୍‌ କ୍ୟାମ୍ପ

ଭୁବନେଶ୍ୱର:ନୂତନ ମୋଟର୍‌ ଭେଇକିଲ୍‌ ଆକ୍ଟରେ ଗାଡ଼ି ଚଲାଇବା ନିୟମକୁ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଆର୍‌ଟିଓ କାର୍ଯ୍ୟରେ ଗହଳିକୁ ନଜରରେ ରଖି ବ୍ଲକ୍‌ ସ୍ତରରେ ଡିଏଲ୍‌ କ୍ୟାମ୍ପ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ ସେମାନଙ୍କୁ ଭାରି ମାତ୍ରାରେ ଜରିମାନା ଦେବାକୁ ପଡ଼ୁଛି । ସେଥିପାଇଁ ସମସ୍ତେ ଏବେ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ଜମାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକରେ ଡିଏଲ୍‌ କ୍ୟାମ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ବ୍ଲକ୍‌ ଓ ସବ୍‌ଡିଭିଜନ୍‌ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ୍‌ ଖୋଲା ଯିବ । ଲୋକମାନେ ସେଠାରେ ଡିଏଲ୍‌ ପାଇଁ ଆବେଦନ କରିପାରିବେ । ସେହି ବ୍ଲକ୍‌ରେ କ୍ୟାମ୍ପରେ ଲର୍ଣ୍ଣିଂ ଲାଇସେନ୍ସ ଦେବାକୁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି