ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ରେ ‘ୟୁଫୋନି -୨୦୨୦’ ପାଳିତ

‘ଦିବ୍ୟନୀ’ ମିସ୍ ଡିଭାଇନ୍ ଓ ‘ଶ୍ରେୟାଂସୁ’ ମିଷ୍ଟର୍ ଡିଭାଇନ୍

ବାରିପଦା: ସ୍ଥାନୀୟ ବାହାଦୁରପୁର (ପୋଡା ଅସ୍ତିଆ) ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଡିପ୍ଲୋମା ଇଞ୍ଜିନିୟରିଂ ଅନୁଷ୍ଠାନ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ଦ୍ଵାଦଶ ବାର୍ଷିକ ଉତ୍ସବ ‘ୟୁଫୋନି -୨୦୨୦’ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଚେୟାର ମ୍ୟାନ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଡ. ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ବାରିପଦାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିମନ୍ୟୁ ନାଏକ, ବାରିପଦା ମଣ୍ଡଳର ସମନ୍ନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ବିଜନ କୁମାର ଥମ୍ବ, ଜଗଦମ୍ବା ପଲିମର୍ସ ପ୍ରା. ଲି. ର ଏମ. ଡି. ଶ୍ରୀ ସି. ପି. ଭର୍ତିଆ, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମାର୍ଣ୍ଡି, ରେଭେନ୍ସା ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ପ୍ରିୟବ୍ରତ ମାଝି ପ୍ରମୁଖ ଯୋଗ ଦେଇଥିଲେ ।

ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ରାଜସ୍ୱ ତଥା ବିପର‌୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ବକ୍ତା ଭାବେ ଓଡିଶା ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ସମ୍ମାନୀୟ ଅତିଥି ଭାବେ ଓଡିଶା ବିଧାନ ସଭାର ପୂର୍ବତନ ଉପ ବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି, ସାରଷକଣା ନିର୍ବାଚନ ମଣ୍ଡଳୀ ପୂର୍ବତନ ଏମ. ଏଲ. ଏ. ଶ୍ରୀ ଭାଦବ ହାଁସଦା, ଟ୍ରଷ୍ଟି ଶ୍ରୀ କାହ୍ନୁ ସୋରେନ, ଟ୍ରଷ୍ଟି ତଥା ଏମ. ଏସ. ଇ. ର ଅଧ୍ୟକ୍ଷ ଇଂ ଧରମବୀର ବୁଗୁଡେଇ ପ୍ରମୁଖ ଯୋଗ ଦେଇ ଛାତ୍ର-ଛାତ୍ରୀ ଙ୍କୁ ମୂଲ୍ୟବୋଧ ସମ୍ପର୍କରେ ସଚେତନ କରାଇବା ସହିତ ବର୍ତ୍ତମାନ ସାମାଜିକ ପରିସ୍ଥିତ ବାସ୍ତବିକତା ଠାରୁ ଦୂରେଇ ଯାଇଥିବାରୁ ଗଭୀର ଉଦ୍ ବେଗ ପ୍ରକାଶ କରିଥିଲେ । ତତ୍ ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ କରିବାର ଅଭୀପ୍ସା ଯୁବ ଇଞ୍ଜିନିୟର ମାନଙ୍କ ମଧ୍ୟରେ ବ୍ରତ ହେଉ ବୋଲି ଆଶା ପୋଷଣ କରିଥିଲେ । ଡିଭାଇନ୍ ର ପ୍ରତିଷ୍ଠତା ତଥା ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ ଜୀବନର ଶ୍ରେଷ୍ଠ କର୍ମସ୍ଥଳୀକୁ ଆପଣେଇ ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଇଥିଲେ । କଲେଜର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଏକ ସୁସ୍ଥ ତଥା ଆଦର୍ଶ ସମାଜ ସହ ଦେଶ ଗଠନ କରିବାର ସ୍ଵପ୍ନକୁ ସାକାର କରିବା ସକାଶେ ଛାତ୍ର ଛାତ୍ରୀ ଙ୍କୁ ଆହ୍ଵାନ୍ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସେଭୋୟର୍-ଫେୟାର୍’ ଲୋକାର୍ପିତ ହୋଇଥିଲା ।

ଏହି ସନ୍ଧ୍ୟାରେ ସାମାଜିକ ତଥା ସେବା କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ବିଶେଷ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଅନୁଷ୍ଠାନର ତୃତୀୟ ବର୍ଷ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ର ସମ୍ବିତ କୁମାର ବୋଷ ଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ସମ୍ବର୍ଦ୍ଧିତ କରଯାଇଥିଲା । ତତ୍ ସହିତ ମିସ୍ ଡିଭାଇନ୍ ଭାବେ ଦିବ୍ୟନୀ ଛେତ୍ରୀ ଓ ମିଷ୍ଟର୍ ଡିଭାଇନ୍ ଭାବେ ଶ୍ରେୟାଂସୁ ପତି ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରଯାଇଥିଲା । ତତ୍ ସହିତ ବେଷ୍ଟ କଷ୍ଟୟୁମ (ଫିମେଲ୍) ଭାବେ ପ୍ରିୟଦର୍ଶିନୀ ସିଂ , ବେଷ୍ଟ କଷ୍ଟୟୁମ୍ (ମେଲ୍) ଭାବେ ଗୌରୀ ଶଙ୍କର ବଳା ଙ୍କୁ ପୁରସ୍କୃତ କରା ଯାଇଥିଲା । ଏଥି ସହିତ ସଂଗୀତ, ନୃତ୍ୟ, ନାଟକ, କାର୍ଟୁନିଂ, ଫଟୋଗ୍ରାଫି, ଅନ୍ତାକ୍ଷରି, ଆର୍ଟ ଏଣ୍ଡ କ୍ରାଫ୍ଟ ଆଦି ପ୍ରତିଯୋଗିତାର ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । କାର‌୍ୟ୍ୟକ୍ରମର ଅନ୍ୟତମ ଆକର୍ଷଣ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଶଶାଙ୍କ ଶେଖର, ଅର୍ପିତା,ସନ୍ତୋଷ କୁମାର , ଜୟଶ୍ରୀ, ଶୁଭଲକ୍ଷ୍ମୀ,ସର୍ମିଷ୍ଠା ସରକାର, ତାରିକ୍ ଅଜିଜ, କଲିକତାରୁ ଆସିଥିବା ଫାୟାର ବଲ ଡ୍ୟାନ୍ସ ଗ୍ରୁପ, ହାସ୍ୟ ଅଭିନେତା ରବି କୁମାର ଙ୍କ ସଂସ୍କୃତିକ ମଞ୍ଚ ପରିଚାଳନା ଓ ହାସ୍ୟାଭିନୟ ଛାତ୍ର-ଛାତ୍ରୀ ଙ୍କ ମନ ମୋହିଥିଲା । ଉତ୍ସବରେ ପାଞ୍ଚ ହଜାର ରୁ ଉର୍ଦ୍ଧ ଛାତ୍ର-ଛାତ୍ରୀ , ଅଭିବାବକ ଓ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ । ଏହି ବିଶାଳ କାର‌୍ୟ୍ୟ କ୍ରମରେ ଅନୁଷ୍ଠାନ ର ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।