ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିବ ଶିରିଡିର ସାଇବାବା ମନ୍ଦିର

ସାଇବାବାଙ୍କ ଜନ୍ମଭୂମି ବିବାଦ

ମହାରାଷ୍ଟ୍ର: ସାଇବାବା ଜନ୍ମଭୂମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ବଢ଼ିବାରେ ଲାଗିଛି । ଯେଉଁଥି କାରଣର ୁ ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପାଇଁ ଶିରିଡିର ସାଇବାବା ମନ୍ଦିର ବନ୍ଦ ରଖିବା ପାଇଁ ସାଇବାବା ସଂସ୍ଥାନ ଟ୍ରଷ୍ଟ ନିଷ୍ପତି ନେଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେବା ପରେ ଶିରିଡି ଗାଁଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଇ ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପାଥରୀରେ ମୁଖ୍ୟମନ୍ତ୍ରୀ ଯଦି ବିକାଶ ଚାହୁଁଛନ୍ତି ତା’ହେଲେ କୌଣସି ଆପତ୍ତି ନାହିଁ। ହେଲେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସାଇ ଭକ୍ତ ନିରାଶ ହୋଇଛନ୍ତି। ସ୍ଥିତି ଏମିତି ଉପୁଜିଛି ଯେ ଶିରିଡି ସାଇକୁ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି।