ସୁସ୍ଥ ହେଉଛନ୍ତି ଓଡିଶାର ଦ୍ୱିତୀୟ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: କୋରୋନା ସହ ଲଢୁଛି ବିଶ୍ୱ । ନାନା କଟକଣା ସତ୍ୱେ ବି ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଏବେ ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ରେ ପହଂଚିଲାଣି । ଅନ୍ୟପଟେ ଦ୍ୱିତୀୟ ଆକ୍ରାନ୍ତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନବନେ ।

ଏହାସହ ସେ କହିଛନ୍ତି ଯେ, କୋରୋନାକୁ ନେଇ ଭୁବନେଶ୍ୱର ଏମ୍ସରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବର୍ତମାନ ସାଧାରଣ ଲୋକଙ୍କ ପାଇଁ ଓପିଡ଼ି ବନ୍ଦ ରହିଛି । କେବଳ ଜରୁରୀକାଳୀନ ଚିକିତ୍ସା କରାଯାଉଛି । ରାଜ୍ୟର ଦ୍ଵିତୀୟ କୋରୋନା ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ସେ ଯେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ।ତେବେ ଏହାସହ ଏଠାରେ କୋରୋନା ପରୀକ୍ଷା ମାଗଣାରେ କରାଯାଉଛି । ଖୁବଶୀଘ୍ର ଟେଲିମେଡିସିନ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶିକା ।