ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ଏବଂ ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ୫୧ଟି ଦେଶର କୂଟନୀତିଜ୍ଞମାନେ ଏକ ଖାତାରେ ପୃଥକ୍ ଭାବେ ଶୋକବାର୍ତ୍ତା ଲେଖିଛନ୍ତି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ମିସନ୍ ଏଥିପାଇଁ ବନ୍ଦୋବସ୍ତ କରିଥିଲା।
ଜାତିସଂଘସ୍ଥିତ ଭାରତର ରାଷ୍ଟ୍ରଦୂତ ଏବଂ ସ୍ଥାୟୀ ପ୍ରତିନିଧି ସୟେଦ୍ ଆକବରୁଦ୍ଦିନ କହିଛନ୍ତି, କୂଟନୀତିରେ, କଥାର ଗୁରୁତ୍ୱ ଥାଏ। ମାଡାମ୍ ସୁଷମା ସ୍ୱରାଜଙ୍କ ଦୁଃଖଦ ଦେହାବସାନ ଯୋଗୁଁ ବିଶ୍ୱବ୍ୟାପୀ କୂଟନୀତିଜ୍ଞମାନେ ଶୋକବାର୍ତ୍ତା ଲେଖିଛନ୍ତି। ସୁଷମା ଏବଂ ତାଙ୍କ ପରିବାର ପାଇଁ ବିଶ୍ୱର ୫୧ଟି ଦେଶର କୂଟନୀତିଜ୍ଞମାନେ ଲେଖୁଥିବା ବାର୍ତ୍ତାର ୨. ୨୦ ମିନିଟ୍ର ଭିଡିଓ ମଧ୍ୟ ସେ ଟୁଇଟ୍ରେ ରହିଛି।
ଏହି ସବୁ ଦେଶମାନଙ୍କ ମଧ୍ୟରେ ରହିଛି: ରୁଷ୍, ଜର୍ମାନି, କାନାଡା, ଅଷ୍ଟ୍ରେଲିଆ, ଇତାଲି, ସୁଇଜର୍ଲାଣ୍ଡ୍, ଆର୍ଜେଣ୍ଟିନା, ବାହରେନ୍, ବାଂଲାଦେଶ, ଭୁଟାନ, ବୋଟ୍ସ୍ଓ୍ଵାନା, ବ୍ରାଜିଲ୍, ଦକ୍ଷିଣ କୋରିଆ, ମିଶର, ଫିଜି, ଜର୍ଜିଆ, ଘାନା, କେନିଆ, ମାଲେସିଆ, ମାଳଦ୍ୱୀପ, ମାଲ୍ଟା, ମିୟାଁମାର୍, ନେପାଳ, ନିଉଜିଲାଣ୍ଡ୍, ସିଙ୍ଗାପୁର, ଶ୍ରୀଲଙ୍କା, ଆଫଗାନିସ୍ତାନ, ଇସ୍ରାଏଲ୍ ଏବଂ ୟୁଏଇ।