ଅବପାଦ ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ,୧୬ରୁ ପ୍ରବଳ ବର୍ଷିବ ! ବାତ୍ୟା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଲକ୍ଷୁଚାପ ସୃଷ୍ଟି ହେବାକୁ ଯାଉଛି । ୧୩ରୁ ୧୪ ତାରିଖ ଭିତରେ ଏହି ଳଗୁଚାପ ଅବପାଦର ରୂପ ନେବା ସମ୍ଭାବନା ରହିଛି । ୧୫ ଓ ୧୬ ତାରିଖ ବେଳକୁ ଏହା ଗଭୀର ଅବପାଦର ରୂପନେବ । ଏହାର ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହୋଇପାରେ । ଧୀରେ ଧୀରେ ଅବପାଦ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ଏହାର ପ୍ରଭାବ ଓଜଡିଶା ଉପରେ ପଡିବା ପୂର୍ବାାନୁମାନ କରାଯାଉଛି । ହେଲେ କେତେ ପ୍ରଭାବ ପଡିବ ତାହା ଏବେ ଠଉ କହିହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ । ହେଲେ ୧୬ ତାରିଖ ବେଳକୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ବିିଶେଷକରି ଗଞ୍ଜାମ, ଗଜପତି, କୋରାପୁଟ ଜିଲ୍ଲାରେ ପ୍ରଭାବ ପଡ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବି ହାଲକା ବର୍ଷା ହୋଇପାରେ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ସୋମବାରଠାରୁ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ। ଏହା ସମୁଦ୍ର ଭିତରେ ରହୁଥିବାରୁ ୧୪ ତାରିଖ ପର‌୍ୟ୍ୟନ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ସେଭଳି ବିପଦ ନାହିଁ।

ଅନ୍ୟପକ୍ଷରେ ଯଦି ଲଘୁଚାପ ଉଗ୍ରରୂପ ନିଏ, ତେ‌ବେ ଦକ୍ଷିଣ ଓଡ଼ିଶା ପୁଣିଥରେ ପ୍ରଭାବିତ ହେବା ଏକପ୍ରକାର ଥୟ। ତିତ୍‌ଲି ପ୍ରଭାବରୁ ଏପର‌୍ୟ୍ୟନ୍ତ ମୁକୁଳିପାରି ନଥିବାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଚାଷୀମାନେ ଏବେ ଧାନ ଅମଳ କରୁଛନ୍ତି। ଯଦି ବର୍ଷା ହୁଏ, ତେବେ ତାହା ପ୍ରଭାବିତ ହେବ। ସେହିପରି ବାତ୍ୟା ତିତ୍‌ଲି ପରେ କେତେକ ଚାଷୀ ପନିପରିବା ବି ଚାଷ କରିଛନ୍ତି। ଯଦି ପ୍ରବଳ ବର୍ଷା ହେବ, ତେବେ ପରିବା ଚାଷ ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଅନ୍ୟପକ୍ଷରେ ଆସନ୍ତା ତିନି ଦିନ ମଧ୍ୟରେ ସେଭଳି ଶୀତ ଅନୁଭୂତରେ ହେବ ନାହିଁ। ଉତ୍ତର ପଶ୍ଚିମ ଦିଗରୁ ଏବେ ପବନ ବହୁଛି। ଫଳରେ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କିଛି ମାତ୍ରାରେ କମିବ। ୧୧ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ଆକାଶ ମେଘୁଆ ରହିବ। ତେଣୁ ପାଗ କୋହଲା ରହିବ। ରାତିରେ ତାପମାତ୍ରା କମିବ। ୧୫ ତାରିଖ ସୁଦ୍ଧା ଦୁଇ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ପାଇବ। ଅଧିକ ଥଣ୍ଡା ଅନୁଭୂତ ହେବ। ଆଜି ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି। ଆଉ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା।