ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା

ବିଜେପୁର :ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପୁର ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି। ତେବେ ଆଜି ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଏହି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି।

ଅକ୍ଟୋବର ୨୧ ଉପନିର୍ବାଚନ ପାଇଁ ବିଜେପୁର ରଣକ୍ଷେତ୍ର ସଜବାଜ ହେଲାଣି। ଏହି ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏହି ମଧ୍ୟରେ ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। କିନ୍ତୁ ବିଜେପି ଏବଂ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁ ଏବଂ ବିଜେପିରୁ ସନତ ଗଡତିଆ ନାମାଙ୍କନ ଦାଖଲ କରି ନାହାଁନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଆସନ୍ତା ୨୧ ତାରିଖରେ ମତଦାନ ହେବା ସହ ୨୪ରେ ଗଣତି ହେବ ।