ବିଜେପୁର ଉପନିର୍ବାଚନ:ଦିଲୀପ ପଣ୍ଡା ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ତନାଘନା ଆରମ୍ଭ େହାଇଛି। ଆଜି ବିେଜଡି େକାର୍ କମିଟି ବୈଠକ ବସି ରଣନୀତି ଚୂଡାନ୍ତ କରିଥିବା ବେଳେ କଂଗ୍ରେସ ଦିଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ‌ଘୋଷଣା କରିଛି। ବିଶ୍ବସ୍ତ ମିଳିଥିବା ଖବର ଅନୁସାରେ, ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ। ସମ୍ଭବତଃ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ େନଇ େଘାଷଣା କରିପାରନ୍ତି। ଆସନ୍ତା ୩୦ ତାରିଖରେ ବିେଜଡି ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରିଛି।

ରୀତାଙ୍କ ବିଜୟ ସୁନିଶ୍ଚିତ କରିବା ସହିତ େଭାଟ ବ୍ୟବଧାନ ବଢାଇବା ପାଇଁ ଦଳ ୧୪ ଜଣ ବରିଷ୍ଠ େନତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦେଇଛି। ଏମାନେ ବିଜେପୁରରେ କ୍ୟାମ୍ପ କରିବେ। ଏମାନଙ୍କ ଅଧୀନରେ ପ୍ରାୟ ୭୦ ଜଣ ନେତା ପଞ୍ଚାୟତ, ଏନଏସି ଵାର୍ଡରେ ରହି ପ୍ରତ୍ୟକ୍ଷ ଭାବେ ଉପନିର୍ବାଚନ ପରିଚାଳନା କରିବେ। ଦଳର ବରିଷ୍ଠ ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ତଦାରଖ ଦାୟିତ୍ବରେ ରହିବେ। ପୂର୍ବରୁ ବିେଜଡି େଯଉଁ ସମନ୍ବୟ କମିଟି (୪ ଜଣିଆ) ଗଠନ କରିଥିଲା, େସଥିରେ ଶ୍ରୀ ଆଚାର୍ଯ୍ୟ ନଥିଲେ। େହଲେ ଆଜି କିନ୍ତୁ ବୈଠକରେ ତାଙ୍କୁ ସାମିଲ କରାଯାଇଥିଲା।

ମିଳିଥିବା ଖବର ଅନୁସାରେ,ବିଜେପୁର ବ୍ଲକ(୨୩ଟି ପଞ୍ଚାୟତ) ଦାୟିତ୍ବରେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବିଧାୟକ କିଶୋର ମହାନ୍ତି ରହିବେ। ବରପାଲି ବ୍ଲକ(୨୩ ପଞ୍ଚାୟତ)ଦାୟିତ୍ବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ ଓ ଗାଇସିଲଟ୍ ବ୍ଲକ (୧୯ଟି ପଞ୍ଚାୟତ) ଦାୟିତ୍ବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନବ କିଶୋର ଦାସ ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଙ୍କୁ ମୁଖ୍ୟତଃ ଦାୟିତ୍ବ ଦିଆଯାଇଛି।

ସେହିଭଳି ବରପାଲି ଏନଏଏସି ଦାୟିତ୍ବରେ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଦେବେଶ ଆଚାର୍ଯ୍ୟ ଏବଂ ବିଜେପୁର ଏନଏନଏସି ଦାୟିତ୍ବରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ରୋହିତ ପୂଜାରୀଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଛି। ଖୁବ୍ ଶୀଘ୍ର ଦଳର ଅନ୍ୟ ମନ୍ତ୍ରୀ, ବିଧାୟକ ଓ ଛାମୁଆ େନତାଙ୍କୁ େନଇ ଵାର୍ଡ ଵାରି ଦାୟିତ୍ବ ବଣ୍ଟାଯିବ।

ଅନ୍ୟପକ୍ଷରେ କେଂଗ୍ରସ ଆଜି ପ୍ରଥମ ଦଳ ଭାବେ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ଦିଲୀପ କୁମାର ପଣ୍ଡା। ପିସିସି ପକ୍ଷରୁ ଆଜି ୫ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ଦିଲୀପଙ୍କ ନାମରେ ହାଇକମାଣ୍ଡ ମୋହର ଲଗାଇଛନ୍ତି। ଏହାସହିତ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପନିର୍ବାଚନ ସୁପରିଚାଳନା ପାଇଁ େନତାଙ୍କ ମଧ୍ୟରେ ଦାୟିତ୍ବ ବାଣ୍ଟିଛନ୍ତି। ଗାଇସିଲଟ୍ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଏବଂ ଗତ ନିର୍ବାଚନରେ ବଲାଙ୍ଗୀର େଲାକସଭା ପ୍ରାର୍ଥୀ େହାଇଥିବା ଯୁବ ନେତା ସମରେନ୍ଦ୍ର ମିଶ୍ର ଦାୟିତ୍ବରେ ରହିବେ। ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା, କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ଦାୟିତ୍ବ ଦିଆଯାଇଛି। ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଗତ ନିର୍ବାଚନରେ ବରଗଡ଼ େଲାକସଭା ପ୍ରାର୍ଥୀ େହାଇଥିବା ପ୍ରଦୀପ ଦେବତା ଦାୟିତ୍ବରେ ରହିବେ। ବରପାଲି ବ୍ଲକ ନିର୍ବାଚନ ଦାୟିତ୍ବ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ସରୋଜ ମହାପାତ୍ରଙ୍କୁ ଦିଆଯାଇଉଛି। ଏହି େନତାମାନଙ୍କୁ ତୁରନ୍ତ ବିଜେପୁର ଯାଇ ସଂପୃକ୍ତ ବ୍ଲକ, ପଞ୍ଚାୟତ ଓ େଜାନସ୍ତରର େନତାଙ୍କ ସହିତ ଆ‌େଲୋଚନା କରି ପଦକ୍ଷେପ ନେବାକୁ ଆଜି ପିସିସି ନିର୍ଦେଶ ଦେଇଛି।