ଜାଲରେ ପଡ଼ିଲା ମୟୂର ମାଛ, ମୂଲ୍ୟ ୨ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା:ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ । ମାଛ କିଲୋକୁ ୧୦ହଜାର ଟଙ୍କା । ଏପରି ଏକ ବିରଳ ମାଛ କେନ୍ଦ୍ରାପଡ଼ା ତାଳଚୁଆରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି । 

ସୂଚନାନୁସାରେ,  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଂଚଳର କିଛି ମତ୍ସ୍ୟଜୀବୀ ଆଜି ପ୍ରତିଦିନ ଭଳି ସମୁଦ୍ରରୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ମାଛ ଧରୁଥିବା ବେଳେ ମଦନ ଦେବନାଥ ନାମକ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତି ମାଛ ପଡ଼ିଥିଲା । ମାଛଟି ଦେଖିବାକୁ ଲମ୍ବାଳିଆ ଓ ମୁହଁ ଥଣ୍ଟ ଆକୃତିର । ଏହି ମାଛକୁ ମୟୂର ମାଛ ବୋଲିସ କୁହାଯାଏ । ମାଛଟିର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ଏବଂ ଏହା କିଲୋ ପ୍ରତି ୧୦ହଜାର ଟଙ୍କା ହେବ ବୋଲି କୁହାଯାଉଛି । ମାଛଟି ଏକ ବିରଳ ପ୍ରଜାତିର ଥିବାରୁ ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ପଶ୍ଚିମବଙ୍ଗ ଦୀଘାରେ ଏହି ମାଛଟି ବିକ୍ରି କରାଯିବା ନିମନ୍ତେ ଆଲୋଚନା ସରିଥିବା ବେଳେ ବର୍ତ୍ତମାନ ଏହାକୁ ଧାମରା ପଠାଯାଇଛି ।