ତନୁପାତେଳୀ ଡାଏନା କେମିତି ହସାଇବେ

ବି’ଟାଉନ୍ର ତନୁପାତଳୀ ଡାଏନା ପେ ଣ୍ଟି ଖୁବ୍ଶୀଘ୍ର ‘ହାପ୍ପି ଫିର୍ ଭାଗ୍ ଜାୟେଗୀ’ରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଖୁବ୍ ହାସ୍ୟରସପୂର୍ଣ୍ଣ । ଡାଏନାଙ୍କୁ ଏଥିରେ ମିଳିଛି ମନଛୁଅାଁ କମେଡ଼ି ଚରିତ୍ର । ସ୍କ୍ରିପ୍ଟ ଅନୁସାରେ ତାଙ୍କୁ ଏଭଳି ଚରିତ୍ର ମିଳିଛି ଯାହା ତାଙ୍କର ସବୁଠୁ ପ୍ରିୟ । ଆକ୍ସନ୍, ଥ୍ରିଲର୍ କିମ୍ବା ହରର୍ ଫିଲ୍ମଠୁ ଅଧିକ ସେ ହସିବାକୁ ଏବଂ ହସାଇବାକୁ ବେଶୀ ପସନ୍ଦ କରନ୍ତି । ‘ହାପ୍ପି ଭାଗ୍ ଜାୟେଗୀ’ର ଏହା ଦ୍ୱିତୀୟ ସଂସ୍କରଣ । ପ୍ରଥମ ସଂସ୍କରଣରେ ମଧ୍ୟ ଡାଏନା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ । ଏଥର ମଧ୍ୟ ସେଇ ଆଶା ନେଇ ଦ୍ୱିତୀୟ ସଂସ୍କରଣର ଅଂଶ ପାଲଟିଛନ୍ତି ।

ତେବେ ଏଥିରେ ନୂଆ ଚେହେରା ଭାବେ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିବ । ଦୁଇ ନଟ୍ଖଟୀ ଯେତେବେଳେ ଗୋଟିଏ ହାସ୍ୟରସାତ୍ମକ ଫିଲ୍ମରେ ଦେଖାଦେବେ, ଭାବନ୍ତୁ ଦର୍ଶକଙ୍କୁ ଏହା ହସାଇବାର ଖୋରାକ୍ ନିଶ୍ଚୟ ଯୋଗାଇବ । ସୋନାକ୍ଷୀଙ୍କ ସହ ସ୍କ୍ରିନ୍ ସେୟାର୍ କରି ଡାଏନା ଖୁବ୍ ଉତ୍ସାହିତ ଅଛନ୍ତି । ଦୁହିଁଙ୍କ ଯୋଡ଼ି ପୂରା ଫିଲ୍ମକୁ କମେଡ଼ିର ଡବଲ୍ ତଡ୍କାରେ ଭରପୂର୍ କରିଛି । ‘କକ୍ଟେଲ୍’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଡାଏନା । ପରେ ‘ଲକ୍ଷେ୍ନø ସେଣ୍ଟ୍ରଲ ଏବଂ ‘ପରମାଣୁ’ ଭଳି ଫିଲ୍ମରେ ଅଭିନୟ କରିଥିଲେ । ବେଶ୍ କିଛିଦିନର ବ୍ୟବଧାନ ପରେ ଡାଏନାଙ୍କ ଲେଉଟାଣି ଦର୍ଶକଙ୍କୁ ସତରେ ହସାଇପାରୁଛି କି ନାହିଁ ତାହା ଦେଖିବାକୁ ଅପେକ୍ଷା । ଅଗଷ୍ଟ ୨୪ରେ ଫିଲ୍ମଟି ରିଲିଜ୍ ହେବ ।