ଡ୍ରଗ୍ସ ଲିଙ୍କ୍‌: ଦୀପିକାଙ୍କ ପରେ ସାମ୍ନାକୁ ଆସିଲା ଦିଆଙ୍କ ନାଁ, NCB କରିବ ଜେରା!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚକୁ ଜୋରଦାର କରିଛି ଏନସିବି । ଏପରିସ୍ଥିତିରେ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିସାରିଛି ଅନେକ ଜଣାଶୁଣା ଅଭିନେତ୍ରୀଙ୍କ ନାଁ । ଏହିକ୍ରମରେ ଏନସିବିର ରାଡାରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା । ତେବେ ଏନସିବି ଦିଆଙ୍କୁ ଜେରା କରିପାରେ ବୋଲି ସୂଚନା ମିଳିଛି ।

ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ ବେଳେ ମଙ୍ଗଳବାର ଏନସିବି ଦିଆଙ୍କ ବିଷୟରେ ଜାଣିବାକୁ ପାଇଥିଲା । କୁହାଯାଉଛି ଯେ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ନମ୍ରତା ଶିରୋଦକରଙ୍କ ପରେ ମଧ୍ୟ ଏହି ମାମଲାରେ ଦିଆଙ୍କ ନାଁ ଆସିଛି । ଏନସିବି ତାଙ୍କୁ ଶୀଘ୍ର ପଚରାଉଚରା ପାଇଁ ଡାକିପାରେ |

ଏନସିବି ସୂତ୍ର ଅନୁଯାୟୀ ଗିରଫ ଡ୍ରଗ୍ସ ବେପାରୀ ଅନୁଜ କେଶୱାନୀ ଏବଂ ଅଙ୍କୁଷକୁ ପଚରାଉଚରା କରିବା ପରେ ଏହି ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା । ଦିଆଙ୍କ ମ୍ୟାନେଜର ସେମାନଙ୍କ ପାଇଁ ଡ୍ରଗ୍ସ ବିତରଣ କରୁଥିବା ଜଣାପଡିଛି ।