ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ମୋଦି: ଧର୍ମେନ୍ଦ୍ର ପ୍ରଧାନ

ଉତର-ଭୁବନେଶ୍ୱର ବିଧାନସଭାସ୍ତରୀୟ ଜନସମ୍ବାଦ ରାଲି ଅନୁଷ୍ଠିତ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ମାସ ପର୍ଯ୍ୟନ୍ତ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଣୀ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତର-ଭୁବନେଶ୍ୱର ମଣ୍ଡଳି ପାଇଁ ଅନୁଷ୍ଠିତ ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

dhrmendra pradhan news

ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବୃଦ୍ଧି ହେବା ଦ୍ୱାରା ଓଡ଼ିଶା ସମତେ ଦେଶର ୮୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଲାଭବାନ ହେବେ । ଏହାର ମୂଲ୍ୟ ୯୦ ହଜାର କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ଦେଶରେ ଗୋଟିଏ ନୂଆ ବେଂଚମାର୍କ ତିଆରି କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

dhrmendra pradhan news

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଗୁରୁତ୍ୱ ଦେଉଛନ୍ତି । ଏହି କାରଣୁ ତାଙ୍କ ପ୍ରତି ଦେଶ ଓ ରାଜ୍ୟବାସୀଙ୍କ ଭରସା ବୃଦ୍ଧି ପାଉଛି । ରାଜ୍ୟରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଂଚାଇବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିବା ସହ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଆହ୍ୱାନ କଲି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତ ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ପାଂଚ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ଗରିବ ଘରୁ ଆସିଥିବା ପ୍ରଧାନମନ୍ତ୍ରୀ ସର୍ବଦା ଗରିବଙ୍କୁ ପ୍ରାଥମିକତା ଦେଇଛନ୍ତି । ଗରିବଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।

dhrmendra-pradhan-news

ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ ଆଗାମୀ ଦିନରେ ଭୁବନେଶ୍ୱରର ବିକାଶ କରାଯାଇପାରିବ, ସେ ଦିଗରେ ଋଣନୀତି ପ୍ରସ୍ତୁତ କରିବା ପାଇଁ କହିଥିଲେ ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାତି ହରେକୃଷ୍ଣ ଖୁଂଟିଆ, ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।