ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେ ଏସମ୍ପର୍କରେ ସୋମବାର ଦିନ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବଂ ମୁଁ ସଙ୍ଗରୋଧରେ ଅଛି।
“ସମସ୍ତଙ୍କୁ ଅନୁରୋଧ କରୁଛି ମୋର ଏବଂ ମୋ ପିଏସଓଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିନିଅନ୍ତୁ ଏବଂ ସଙ୍ଗରୋଧରେ ରୁହନ୍ତୁ” ବୋଲି ସେ ଅନୁରୋଧ ମଧ୍ୟ କରିଛନ୍ତି ।