ଓଡିଶା ସାମାଜିକ ଜୀବନରେ ବିରାଟ ବଡ କ୍ଷତି: ଧର୍ମେନ୍ଦ୍ର ପ୍ରଧାନ

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡିଶା ସାମାଜିକ ଜାବନରେ ଏକ ବିରାଟ ବଡ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଓଡିଶାର ସମାଜ ଜୀବନର ବିଭିନ୍ନ କ୍ଷେତ୍ରରେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବିପିନ ବିହାରୀ ରଥଙ୍କ ଦେହାବସାନରେ ମୁଁ ମର୍ମାହତ । ବିପିନ ବିହାରୀ ରଥ ଜଣେ ଆଇନଜୀବୀ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର ସେବା କାମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ବିୟୋଗରେ ଓଡିଶା ସାମାଜିକ ଜୀବନରେ ଏକ ବିରାଟ ବଡ କ୍ଷତି ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଆମରଆତ୍ମାର ସଦଗତି କାମନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।