ବିଜେପି ଦାୟିତ୍ୱକୁ ଆସିଲେ କେନ୍ଦ୍ରାପଡାରେ ଯୁବକଙ୍କୁ ମିଳିବ ରୋଜଗାର:ଧର୍ମେନ୍ଦ୍ର ପ୍ରଧାନ

ପାଟକୁରା: ୧୯ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ଏଠାରେ ଯୁବକମାନଙ୍କ ରୋଜଗାର ପାଇଁ ଛୁଂଚି ତିଆରି କରଖାନା ନିର୍ମାଣ ହୋଇପାରିଲାନାହିଁ । ଓଡିଶାରେ ବିଜେପି ଦାୟିତ୍ୱକୁ ଆସିଲେ କେନ୍ଦ୍ରାପଡା ଜିଲ୍ଲାରେ ଯୁବକଙ୍କୁ ରୋଜଗାର ଦେବା ପାଇଁ ଗୋଟିଏ ଅଟୋ ମୋବାଇଲ କ୍ଲଷ୍ଟର ନିର୍ମାଣ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ,  ଏଠାରେ ପାରାଦୀପ-ଅଏଲ ରିଫାଇନାରୀରେ ପୋଲିକ୍ରପଲିନ କାରଖାନା ବନାଯାଇଛି । ଓଡିଶାରେ  ଲୁହା ପଥରରେ ବିଶ୍ୱର ଲୋକମାନେ ଧନୀ ହେଉଛନ୍ତି । ଓଡିଶାରେ ଆଲୁମିନିୟମ ବିଶ୍ୱ ବଜାରରେ ପହଁଚିଛି । ଏହି ସବୁକୁ ଉପଯୋଗ କରି ଏଠାରେ ଏହି କାରଖାନା ନିର୍ମାଣ କରାଯିବ ।ସେହିପରି କେନ୍ଦ୍ରାପଡାରେ ମେଡିକାଲ କଲେଜ୍ ବିଜୁ ବାବୁଙ୍କ ସପ୍ନ ଥିବା ବେଳେ ନବୀନ ବାବୁ ୨୦ ବର୍ଷରେ ଏହାକୁ ପୂରଣ କରିପାରିଲେ ନାହିଁ  । ବିଜେପି ସରକାର ହେଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ୍ ନିର୍ମାଣ କରାଯିବ । ସବୁ ଜିଲ୍ଲାରେ ବି.ଇଡି କଲେଜ କରାଯିବ, ଯୁବକଙ୍କୁ ରୋଜଗାର ଓ ସ୍ୱରୋଜଗାର କରାଯିବ । ୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ପକ୍କା ଘର ଦେବା ପାଇଁ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି ।  ଦିଲ୍ଲୀ ପଇସା ଦେଲେ ଓଡିଶାରେ ଘର ବନିବ, ବିଜେପି ସରକାର ଆସିଲେ ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ଜଳସେଚନର ବ୍ୟବସ୍ଥା କରାଯିବ, ୧୫ଟି ନୂଆ ବନ୍ଦର ନିର୍ମାଣ କରାଯିବ, ୧୫ଟି ସ୍ମାର୍ଟ ସିଟି ହେବା 

ସେ ଆହୁରି କହିଛନ୍ତି ଯେ, ଏ ଲେଢେଇ ବିଧାୟକ କିମ୍ବା ସାଂସଦ ପାଇଁ ନୁହେଁ, ସାଢେ ୪ କୋଟି ଓଡିଆ ଲୋକର । ପାଟକୁରା ଏଥର ଗଣତନ୍ତ୍ର ପାଇଁ ପ୍ରତିଶୋଧ ନେବ । ଓଡିଶା ବିରୋଧୀ ନକଲି ଓଡିଆ ଲୋକମାନେ ଓଡିଶାର ଗଣତନ୍ତ୍ରର ତଂଟି ଚିପିବା ପାଇଁ ଦୁଇ ଦଶନ୍ଧି ଷଡଯନ୍ତ୍ର କରି ଚାଲିଛନ୍ତି । ଏହାର ଜବାବ ଏଥର ଦିଆଯିବ । ନବୀନ ବାବୁ ପାଣି ପିଇପିଇ ମୋଦିଙ୍କୁ ଗାଳି ଦେଉଛନ୍ତି ଏବଂ ଓଡିଶା ପାଇଁ ମୋଦି କଣ କଲେ ବୋଲି କହୁଛନ୍ତି । ମୋଦିଙ୍କ ମାଆ ପର ଘରେ ପରି ବାସନ ମାଝି ପରିବାର ଚଳଉଥିଲେ, ମୋଦି ସେହି ଗରିବ ପରିବାରରୁ ଆସି ଭାରତର କବେଳ ପ୍ରଧାନମନ୍ତ୍ରୀ ନୁହେଁ ବିଶ୍ୱର ଜଣେ ପ୍ରତିନ୍ଦ୍ୱନ୍ଦୀ ନେତା ହୋଇଛନ୍ତିା  ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନା ଚାମଚ ପାଟିରେ ନେଇ ଜନ୍ମ ନେଇଛନ୍ତି, ସେ ଗରିବ ଓଡିଆ ଲୋକ କଥା କେମିତି ବୁଝିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଆହୁରି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ହରିଦାସପୁର-ପାରାଦୀପ ରେଳ ଲାଇନର ନିର୍ମାଣ କାମ ଶେଷ କରି ରେଳ ଚଳାଚଳ କରିବାକୁ ମୋଦି ଚାହିଁଥିଲେ ମାତ୍ର ନବୀନ ବାବୁ ଗୁଣ୍ଡା ଲଗାଇ ରେଳ ଲାଇନକୁ ବନ୍ଦ କରାଇଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡାରେ ମୋଦି ଏହି ରେଳ ଲାଇନ ପ୍ରକଳ୍ପକୁ ପୂରଣ କରିପାରିବେ ବୋଲି ମୋଦି କହିଛନ୍ତି । ମୋଦି ଆସିଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ନବୀବ ବାବୁ କହୁଥିବା ବେଳେ ବାସ୍ତବରେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ଚାଲାକ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ।