ପାକିସ୍ତାନକୁ କଡା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର

ପାକିସ୍ତାନ ସେନା ମୁଖପାତ୍ରଙ୍କ ବଡ଼ଦିନରେ ଓଡ଼ିଶାକୁ ଶୁଭେଚ୍ଛା ଜଣାଇବା ଘଟଣା

ଭୁବନେଶ୍ୱର: ଆସନ୍ତାକାଲି ବଡ଼ଦିନ ଲାଗି ପାକିସ୍ତାନ ସେବା ମୁଖପାତ୍ର ଓଡ଼ିଶାକୁ ଜଣାଇଥିବା ଶୁଭେଚ୍ଛାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ସସ୍ମିତ ପାତ୍ର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ।

ମେଜର ଜେନେରାଲ ଆସିଫ୍ ଗଫୁରଙ୍କ ଟ୍ୱିଟରରେ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନିଜ ଦେଶରେ ଥିବା ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ପଡ଼ୋଶୀଙ୍କ ପାଇଁ ଚିନ୍ତିତ।

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି, ଓଡ଼ିଶାରେ ଖ୍ରୀଷ୍ଟିଆନ ମାନେ ସୁରକ୍ଷିତ ଓ ସଶକ୍ତ। ପାକିସ୍ତାନ ଭଳି ହତ୍ୟାର ଶିକାର ହେଉନାହାନ୍ତି।

ସୂଚନାଯୋଗ୍ୟ, ଗତକାଲି ବଡ଼ଦିନ ଥିଲା। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ନିଜର ବଡ଼ଦିନ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିବା ସହିତ ହିନ୍ଦୁତ୍ୱ କଥା ଉଠାଇଥିଲେ। ଓଡ଼ିଶାର ଧର୍ମ ନିରପେକ୍ଷ ଭାବନାକୁ ନେଇ ପ୍ରଶ୍ନ ଉଠାଇ ଟୁଇଟ୍ କରିଥିଲେ ପାକ୍ ସେନା ମୁଖପାତ୍ର। ଯାହାକୁ ନେଇ ରାଜ୍ୟ ସମେତ ସାରା ଦେଶରେ ବିରୋଧ ଦେଖାଦେଇଛି।