ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ଏଥିରେ ସେ ରାଜ୍ୟ ସରକାରଙ୍କର ଅସହଯୋଗ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକ ବାଧାପ୍ରାପ୍ତ ହେଉଛି କହି ସିଧାସଳଖ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଅନେକ ସମୟରେ ଅସହଯୋଗ କରୁଛନ୍ତି । ଫଳରେ ୧କୋଟି ୩୬ ଲକ୍ଷ ୪୧୭ କୋଟିର ପକଳ୍ପ ବାଧାପ୍ରାପ୍ତ ହୋଇଛି । ପେଟ୍ରୋଲିୟମ କ୍ଷେତ୍ରରେ ସର୍ବାଧିକ ୫୧, ୩୯୫ କୋଟିର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥିବା ବେଳେ ସଡକ ପରିବହନରେ ୫୬, ୫୬୩ , ରେଲବାଇରେ ୧୨, ୨୮୬ କୋଟି, ଅମପେଟ୍ରୋଲିୟମ ନିବେଶରେ ୧୫, ୪୧୩ କୋଟି, ସ୍ୱାସ୍ଥ୍ୟରେ ୫୬୦ କୋଟି ଟଙ୍କା ବାଧାପ୍ରାପ୍ତ ହୋଇଛି । ଏହାସହ ସେ କହିଛନ୍ତି କି, ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ୬୨ଟି ଚିଠି ଲେଖାଯାଇଛି । ୨୦୧୭ ପରେ ୪୪ଟି ଚିଠି ଲେଖାଯାଇଥିଲା କିନ୍ତୁ ଗୋଟିଏ ଚିଠିର ପ୍ରାପ୍ତି ସ୍ୱୀକାର ମିଳିଛି । ସୂଚନାଯୋଗ୍ୟ କି, ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗେଲ୍, ଏନଏଚଏଆଇର ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ ।ଯେଉଁଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଉପସ୍ଥିତ ନ ରହିବାରୁ ବୈଠକକୁ ବାତିଲ କରାଯାଇଥିଲା ।