ନବୀନଙ୍କୁ ଧମେନ୍ଦ୍ରଙ୍କ ଟାର୍ଗେଟ

ବଲାଙ୍ଗିର: ବଲାଙ୍ଗିର କଂଟାବାଞଚିରେ ଆୟୋଜିତ ହୋଇଥିବା ମହାସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁଆଡେ ଯାଉଛନ୍ତି ଦେଢ଼ମିନିଟ୍ର ଭାଷଣ ଦେଉଛନ୍ତି । ଯୁଆଡେ ଯାଉଛନ୍ତି କହୁଛନ୍ତି ଆପଣମାନେ ଖୁସି ତ, ମୁଁ ବି ଖୁସି । ବଲାଙ୍ଗିରବାସୀଙ୍କୁ ୧୯ବର୍ଷ ଶାସନ କାଳରେ ପାଣି ମିଳିଲାନି । ବେକାରୀ ସମସ୍ୟା ଓ ଗରିବୀ ରାଜ୍ୟର ମୁଖ୍ୟ ସମସ୍ୟା ହୋଇଛି । ଚାଷଜମିକୁ ଠିକ୍ ଭାବେ ପାଣି ଟିକେ ଦେଇପାରିଲେନି । ଫଳରେ ଲୋକ ଦୁଃଖରେ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସି ତ । ରାଜ୍ୟର ଭୋଟର ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟବାସୀଙ୍କ ପାଖରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଯୋଜନା ହଡପ କରାଯାଉଛି । ଏ ନେଇ ଯେଉଁ ଟଙ୍କା ଆସୁଛି ତାକୁ ସବୁ ଜିଲ୍ଲାକୁ ଦିଆଯାଉନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।