ଓଡ଼ିଆ ଶ୍ରମିକଙ୍କ ସୁବିଧା ଲାଗି ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଲକ୍ ଡାଉନ୍ କାରଣରୁ ଓଡ଼ିଶାର ଅପେକ ଲୋକମାନେ କେରଳ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପରିପ୍ରେକ୍ଷୀରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଫୋନ ଯୋଗେ କଥାବାର୍ତା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଓଡ଼ିଆ ଭାଇ ଭଉଣୀ ମାନଙ୍କର ରହିବା, ଖାଇବା, ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଶେଷ ଭାବେ ସାମାଜିକ ଦୂରତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅବଗତ ଥିବା ଓ ଉପଯୁକ୍ତ ଗୁରୁତ୍ୱର ସହ ସେମାନଙ୍କର ଆବଶ୍ୟକ ଯତ୍ୱ ନେବାର ପ୍ରତିଶ୍ରୁତି ଦେଲେ ।

ଓଡ଼ିଆ ଭାଇ ଭଉଣୀ ଓ ଗୁରୁଜନମାନେ ଯେଉଁଠି ଅଛନ୍ତି ସେହିଠାରେ ରହିବାକୁ ଅନୁରୋଧ । ସମ୍ପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ଆପଣଙ୍କୁ ସହଯୋଗ କରିବାକୁ ଆମେ ସବୁ ପ୍ରକାର ପ୍ରଚେଷ୍ଟା କରୁଛୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଭଲରେ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ।