ନବୀନଙ୍କ ୯ ପ୍ରଶ୍ନ ବାଣର ଜବାବି ହମଲ୍ଲା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପାଲଟା ପ୍ରଶ୍ନରେ କଲେ ଘାଇଲା

ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପଚାରି ଥିବା ୯ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ଜବାବ ମାଗୁଛି ଓଡିଶା ପ୍ରଶାନର କାଉଣ୍ଟର ଆଟାକ କରିଛନ୍ତି ଧର୍ମେନ୍ଦ୍ର । ତା ହା ପୁଣି ଦଳର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ।

ବରମୁଣ୍ଡା ପଡିଆରେ ଆୟୋଜିତ କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନବୀନ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଅନେକ ପ୍ରଶ୍ନ ରଖିଛନ୍ତି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ତାଙ୍କ ଉତ୍ତରରେ କହିଛନ୍ତି ଚିଟ୍ ଫଣ୍ଡ, ପିସି କାରବାର ଓ ଖଣି ଦୁର୍ନୀତିକୁ କିଏ ଦାନ ଦେଇଛି । ଗ୍ୟାସ୍ ବାବଦରେ ଆସୁଥିବା ଟଙ୍କା ମନ୍ତ୍ରୀ ସୂର‌୍ୟ୍ୟନାରାୟଣ ପାତ୍ରଙ୍କ ଆକାଉଣ୍ଟକୁ ଯାଇଛି । ଚାଷୀଙ୍କ ଲାଗି ଧାନର ଏମ୍ ଏସ୍ ପି କେନ୍ଦ୍ର ସରକାର ବଢାଇଛନ୍ତି । ରାଜ୍ୟ ସରକାର ୧୦୦ ଟଙ୍କା ବୋନସ୍ ଦେବେ ବୋଲି କହିଥିଲେ କୁଆଡେ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ସେହିଭଳି ଓଡ଼ିଆ ଯୁବକ ବେରୋଜଗାର ହୋଇ ବସିଛନ୍ତି ।

ରାଜ୍ୟର ଅର୍ଦ୍ଧେକ ଚାଷ ଜମିକୁ ସେଚ ସୁବିଧା ନାହିଁ, କୁନ୍ଦୁଲିର ଝିଅ ପ୍ରତି ନ୍ୟାୟ ଦେବାକୁ ସରକାର କାହିଁକି ଅକ୍ଷମ ହେଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟ କ୍ୟାବିନେଟରେ କେତେ ମହିଳାଙ୍କୁ ସ୍ଥାନ ମିଳିଛି । ‘‘ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ ପାଇଁ ମାଗଣା ଜମି ଦିଆଯାଇଥିବା କୁହାଯାଉଛି। ମାତ୍ର କେତେ ଜମି ଅଧିଗ୍ରହଣ କରାଯାଇଛି? ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ସେହିପରି ଆଜି ପର‌୍ୟ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଇଞ୍ଚେ ହେଲେ ଜମି ଦିଆଯାଇ ନାହିଁ। ହରିଦାସପୁର-ପାରାଦୀପ ରେଳ ଲାଇନ୍‌ର ମଧ୍ୟ ସମାନ ଅବସ୍ଥା।” ରେଳଲାଇନ ନ ହେବା ପଛରେ ବିଜେଡିର ତଳିଆ ନେତା ଚାନ୍ଦା ମାଗୁଛନ୍ତି, କାମ କରେଇ ଦେଉନାହାନ୍ତି ।

ମୁଖ୍ୟମନ୍ତ୍ରୀ ୩୩% ମହିଳା ସଂରକ୍ଷଣ କଥା କହୁଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କେତେ ମହିଳା-ମନ୍ତ୍ରୀ ସ୍ଥାନ ପାଇଛନ୍ତି? ତାହାର ଉତ୍ତର ନବୀନବାବୁ ଦେବେ କି? ନାରୀ ସୁରକ୍ଷା ନେଇ ବହୁ ପ୍ରଚାର କରାଯାଉଛି। ମାତ୍ର ଆଜି ପର‌୍ୟ୍ୟନ୍ତ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଓ ଗୁମୁଡ଼ୁମାହ ମହିଳା ଶିଶୁଙ୍କ ଆଖିରୁ ଲୁହ ଶୁଖୁନି। ମହିଳାମାନଙ୍କ ପାଇଁ ନବୀନବାବୁ ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁନି। ବିଗତ ୨ ମାସ ଭିତରେ ତେଲ ଦର ୨୦ ଟଙ୍କା କମିଲାଣି। କିନ୍ତୁ ଆପଣ ଟିକସ କମାଉନଥିବାରୁ ଆପଣଙ୍କ ରାଜ୍ୟରେ କମିପାରୁନି। ଯଦି ସତ୍‌ସାହସ ଅଛି, ତାହେଲେ ବିତର୍କ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଜଣାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନବୀନଙ୍କ ନାହିଁ । ଆମେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟରୁ ଅଛୁ ଯେଉଁମାନେ ଜବାବ ଦେବାକୁ ସକ୍ଷମ ବୋଲି ଧର୍ମେନ୍ଦ୍ର କହିଛନ୍ତି ।