ଦେଶରେ ସମସ୍ତ ସ୍କୁଲ ଶିକ୍ଷକଙ୍କୁ ଟିକାକରଣ କରାଇବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୁରୁ ଦିବସ ପୂର୍ବରୁ କେନ୍ଦ୍ରର ସବୁ ସ୍କୁଲ ଶିକ୍ଷକଙ୍କୁ ଟିକାକରଣ ନିଷ୍ପତି ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର :  ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିଡ୍ ଟିକା ଦେବା ପାଇଁ ରାଜ୍ୟ ମାନଙ୍କୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ଟିକା ଦେବା ପାଇଁ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଟ୍ୱିଟ୍ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଧନ୍ୟବାଦ ଜଣାଇଲେ
 ମହାମାରୀରେ ପିଲାଙ୍କ ପାଠପଢ଼ାକୁ ସୁରକ୍ଷିତ କରିବାରେ ମୋଦି ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଟିକାକରଣ କରିବାରେ ପ୍ରାଥମିକତା ଦେବା ପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ୨ କୋଟି ଟିକା ଉପଲବ୍ଧ କରାଯିବ । ତେଣୁ ଭବିଷ୍ୟତର ଭିତିଭୂମିକୁ ମଜବୁତ୍‌ କରିବାର ଏହି ଅଭିଯାନରେ ନିଜର ସମର୍ଥନ ଏବଂ ସହଯୋଗ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
କରୋନା ବିରୋଧରେ ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ଏହି ମହାମାରୀ ସମୟରେ ପାଠପଢ଼ାରେ ଆସୁଥିବା ବ୍ୟାଘାତକୁ ଦୂର କରିବା ଦିଗରେ ଏହା ମୋଦି ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।