ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର  : ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଚିଟ ଫଣ୍ତ କମିଶନର ଜଷ୍ଟିସ ଏମଏମ ଦାସଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରି ଲୋକଙ୍କୁ ନ୍ୟାୟ ଦେବାରେ ବିଳମ୍ଭ କରିଛନ୍ତି ସରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର । ଜଷ୍ଟିସ ଡିଲେ ଜଷ୍ଟିସ ଡିନାଏଡେ । ମନ୍ତ୍ରୀ ଓ ବିଧାୟକ ପୃଷ୍ଠ ପୋଷକତାରେ ଗରିବଙ୍କ ଝାଳ ବୁହା ଧନ ହରିଲୁଟ କରାଯାଇଛି । କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ମିଛ କହିଆସୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ କଂଗ୍ରେସ ସରକାରକୁ ଘେରିଛି । କେବଳ ନିର୍ବାଚନ ଆସିଲେ ସରାକର ସମୟ ଗଡାଇବା ପାଇଁ ୬ମାସ ବୃଦ୍ଧି କରାଯାଇଛି । ସରକାରଙ୍କ ପାଖରେ ଆଉ କିଛି ବାଟ ନାଥିଲା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।