ଧର୍ମେନ୍ଦ୍ର ପ୍ରଧାନ ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  :  ଜୁଏଲ ଓରାମ  

ଭୁବନେଶ୍ୱର :  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହେବେ ।  ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢିବ ଦଳ । ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ଜୁଏଲ ଓରାମ  ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃତ୍ୱ କନ୍ଦଳ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜୁଏଲ । ସେ କହିଛନ୍ତି ଧର୍ମେନ୍ଦ୍ର ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ ବିଜେପି । ସେହିପରି ମୁଖ୍ୟମନ୍ତ୍ରୀ ଯିଏ ବି ହେଉନା କାହିଁକି ଓଡିଶାରୁ ନବୀନ ସରକାର ଶେଷ ହେବା ଦରକାର ବୋଲି ଜୁଏଲ ଓରାମ କହିଛନ୍ତି ।