ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜିର ଦିନରେ ଜେଟଲୀଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ତାଙ୍କ ଘରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ। ଏହି ଅବସରରେ ସେ ଟୁଇଟ କରି ଲେଖିଛନ୍ତି ଯେ, ମୋ ପାଇଁ ଏବଂ ଅନେକ ଲୋକଙ୍କ ପାଇଁ ସେ ଜଣେ ମାର୍ଗଦର୍ଶକ, ବନ୍ଧୁ ଏବଂ ପରାମର୍ଶଦାତା ଥିଲେ। ସେ ସମସ୍ତଙ୍କ ମଧ୍ୟରେ ସର୍ବୋତ୍ତମ ଥିଲେ। ସେ ଛାଡିଥିବା ଶୂନ୍ୟସ୍ଥାନ କେବେ ପୂରଣ ହୋଇପାରିବ ନାହିଁ ।