ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା: ଧର୍ମେନ୍ଦ୍ର ପ୍ରଧାନ

ବିଧାୟକ ବିଷ୍ଣୁଚରଣ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ତିର୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ମୃତ୍ୟୁ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଶୋକବାର୍ତାରେ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଜରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା । ଦୀର୍ଘ ରାଜନ୍ରେତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡି ଚାଲି ଯାଇଛନ୍ତି ।

ତାଙ୍କର ଅମର ଅତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।