ୱେଷ୍ଟ ଟୁ ଏନର୍ଜି ପ୍ଲାଂଟ ଦ୍ୱାରା ଦିଲ୍ଲୀ ବର୍ଯ୍ୟବସ୍ତୁ ସମସ୍ୟାର ହେବ ସମାଧାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ, ଏନଟିପିସି ଲିମିଟେଡ ଏବଂ ସାଉଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ମଧ୍ୟରେ ଦିଲ୍ଲୀର ଓଖଲାରେ ୱେଷ୍ଟ ଟୁ ଏନର୍ଜି ପ୍ଲାଂଟ ଉପରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ତୈଳ, ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରପନ୍ତ୍ରୀ ଆରକେ ସିଂ ଓ ଦିଲ୍ଲୀ ଲେଫ୍ଟନାଂଟ ଗଭର୍ଣ୍ଣର ଅନିଲ ବୈଜଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲା । ଏହାବ୍ୟତୀତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ତରୁଣ କପୁରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୁଝାମଣା ଜରିଆରେ ଇଣ୍ଡିଆନ ଅଏଲ, ଏନଟିପି ଏବଂ ଏସଡିଏମସିଙ୍କ ତତ୍ୱାବଧାନରେ ଦିଲ୍ଲୀର ଓଖଲା ଲ୍ୟାଣ୍ଡଫିଲ ଗ୍ଲାସିଫିକେସନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇ ୱେଷ୍ଟ ଟୁ ଏନର୍ଜି ପ୍ଲାଂଟର ନିର୍ମାଣ କରାଯିବ । ଏହି ପ୍ଲାଂଟ ମହାନଗର କଠିନ ବର୍ଯ୍ୟବସ୍ତୁକୁ ନେଇ ସିନଗ୍ୟାସ ତିଆରି କରାଯିବ । ଯାହା ବିଜୁଳି ଉତ୍ପାଦନ କରିବାରେ ସହାୟକ ହେବ । ଏହି ପ୍ଲାଂଟରେ ବର୍ଷକୁ ୧୭ ହଜାର ୫୦୦ଟନର ବର୍ଯ୍ୟବସ୍ତୁର ବ୍ୟବହାର କରାଯାଇ ସିନଗ୍ୟାସ ତିଆରି କରାଯାଇ ବିଜୁଳି ଉତ୍ପାଦନ କରାଯିବ ।

ଏହି କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ମ୍ୟୁନିସିପାଲ ସୋଲିଡ ୱେଷ୍ଟ(ଏମଏସଡବ୍ଲ୍ୟୁ) ଦିଲ୍ଲୀର ଏକ ପ୍ରମୁଖ ସମସ୍ୟା । ଏହି ପ୍ଲାଂଟ ନିର୍ମାଣ ହେଲେ ଏହି ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଆତ୍ମନିର୍ଭର ଭାରତ ସହିତ ଯୋଡି ହୋଇ ଏହି କାର୍ଯ୍ୟ କରିଥିବାରୁ ସେ ଇଣ୍ଡିଆନ୍ ଅଏଲ, ଏସଡିଏମସି ଏବଂ ଏନଟିପିସିକୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଲେ କମ୍ପୋଜିଟ ବାୟୋଗ୍ୟାସ ଉତ୍ପାଦନ ପ୍ଲାଂଟ ପାଇଁ ଏସଏଟିଏଟି ଯୋଜନା ଅଫଟେକ୍ ପ୍ରଦାନ କରିବାରେ ଏକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଏହି ପ୍ରକଳ୍ପ ସଫଳ ରୂପ ନେବ । ଏଭଳି ପ୍ରକଳ୍ପ ଅନ୍ୟ ସ୍ଥାନରେ ଆରମ୍ଭ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଲେ ।

ଏହା ବ୍ୟତୀତ ସେ କହିଲେ ବର୍ଯ୍ୟବସ୍ତୁରୁ ଗ୍ୟାସ ତିଆରି ହେଲେ ପେଟ୍ରୋଲିୟମ ଆମଦାନୀ ଉପରେ ଅନେକ ରୋକ ଲାଗିବ । ଯାହାଦ୍ୱାରା ବିଦେଶୀ ମୁଦ୍ରାର ଆମେ ସଂଚୟ କରାପାରିବ । ଏହାସହ ସେ ଆଇଓସିଏଲ, ଏନଟିପିସି କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହ ହାତ ମିଶାଇ ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ପ୍ରଯୁକ୍ତିବିଦ୍ୟାର ବିକଶିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଆରକେ ସିଂ କହିଲେ ଜନସାଧାନରଣଭ୍‌କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ମନ୍ତ୍ରାଳୟର କାର୍ଯ୍ୟ ଅତି ପ୍ରଂଶସନୀୟ । ସେ କହିଲେ ମହାନଗର ନିଗମ ବର୍ଯ୍ୟବସ୍ତୁ ସମସ୍ୟା ସମଗ୍ର ଦେଶରେ ଲାଗି ରହିଛି । ଦିଲ୍ଲୀରେ ସବୁଠୁ ଅଧିକ ରହିଛି । ବର୍ଯ୍ୟବସ୍ତୁ ସମସ୍ୟା ଦ୍ୱାରା କେବଳ ମଣିଷ ଶରୀର ନୁହେଁ ବରଂ ପରିବେଶ ମଧ୍ୟ ପ୍ରଦୁଷିତ ହେଉଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ । ସେପଟେ ଦିଲ୍ଲୀ ଲେଫ୍ଟନାଂଟ ଗଭର୍ଣ୍ଣର ଅନିଲ ବୈଜଲ କହିଲେ କଠିନ ବର୍ଯ୍ୟବସ୍ତୁ କେନ୍ଦ୍ର ରାଜଧାନୀର ସବୁଠୁ ବଠ ସମସ୍ୟା । ତେବେ ଏହି ପ୍ରକଳ୍ପ କେବଳ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ ନାହିଁ ବରଂ ଗ୍ୟାସ ଏବଂ ଖତ ମଧ୍ୟ ତିଆରି କରିବ ।