ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ୱ ଆନନ୍ଦିତ : ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରା ଅବସରରେ ହଜଖାସ୍‌ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ହଜଖାସ୍‌ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ପରିବାର ଲୋକ ମଧ୍ୟ ଯାଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ସାଢ଼େ ୪ କୋଟି ଓଡ଼ିଆ ଓ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

DHARMENDRA PRADHAN NEWS

ଶ୍ରୀ ପ୍ରଧାନ କହିଛନ୍ତି; “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ଢ଼ଙ୍ଗରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଉଛି। ଏଥିପାଇଁ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ। ମହାମାରୀ କରୋନା ବିରୋଧରେ ବିଶ୍ୱ ଲଢ଼ୁଛି। ଏହାକୁ ସାମ୍ନା କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି।”