ସରିଲା ଗୁଣ୍ଡିଚା ଯାତ୍ରା; ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶେଷ ହୋଇଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ତେବେ ଠିକ ଭାବେ ଏହି ଯାତ୍ରା ସଫଳ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ , କରୋନା ମହାମାରୀର କଟକଣା ମଧ୍ୟରେ ଆଜି ପୁରୀ ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣାହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହିତ ପହଞ୍ଚିଛି । ଭକ୍ତଶୂନ୍ୟ ରଥଯାତ୍ରା ହେଲେ ବି କୋଟି କୋଟି ଭକ୍ତ ଟିଭି ଓ ଇଣ୍ଟରେନେଟ୍ ମାଧ୍ୟମରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ ।