ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ବିଦେଶ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପତ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ସେ ଦେଶରୁ ସିଧା ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା. ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan news

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଉପସାଗରୀୟ ଦେଶ ସମୁହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନେ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ସବୁ ଦେଶର ବିଭିନ୍ନ ସହର ଯଥା: ଦୁବାଇ, ଦୋହା, ଦାମ୍ମମ, ସାସ୍କୋଟ, ବାହରିନ, କଲମ୍ବୋ ଏବଂ ଲଣ୍ଡନରୁ ସିଧା ଭୁବନେଶ୍ୱରକୁ ବିମାନ ବ୍ୟବସ୍ଥା କରି ଓଡ଼ିଆମାନଙ୍କୁ ସ୍ୱଦେଶ ଫେରେଇ ଆଣିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।