ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ : ଧର୍ମେନ୍ଦ୍ର ପ୍ରଧାନ

କୃଷି ବିଲ୍‌କୁ ସଂସଦରେ ବିରୋଧୀଙ୍କ ବିରୋଧ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜନୈତିକ ଦଳର ନେତାମାନେ ବିଶେଷ ଭାବରେ ଯେଉଁମାନେ ଚାଷୀ ମାନଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି । ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ଦୁଃଖର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan news

ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବୀକୁ ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି । ଭାରତୀୟ କଂଗ୍ରେସ ୨୦୧୪ ପର ଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପ ଗୁଡିକୁ ବିରୋଧ କରିଆସୁଛି ଏବଂ ବିରୋଧ କରିବାର ଆଗରେ ରହିଛି କଂଗ୍ରେସ । ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନକରି ନିଜ ଦାୟିତ୍ୱରୁ ମଧ୍ୟ ଓହରୁଛି । ସଂସଦରେ କୃଷି ବିଲ୍ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀମାନଙ୍କ ବିରୋଧୀ ଥିବା ଅସଲ ମୁଖା ପଦାରେ ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

dharmendra pradhan news

କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ । ବିରୋଧୀ ଦଳର ଅନେକ ଚାଷୀ ମାନଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍ ଉପରେ ଅପପ୍ରଚାର ସତ୍ତ୍ୱେ ୧୩୦ କୋଟି ଜନତା ପୁଣି ଥରେ ମିଥ୍ୟାପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ସେ କହିଛନ୍ତି ।