ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କିଛି ସରକାରୀ କର୍ମଚାରୀ ବିଜେଡିର ଦଳୀୟ କର୍ମୀଙ୍କ ପରି କାମ କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳର ଅଧୋଗତି  ହୋଇଥିବା ଧର୍ମେନ୍ଦ୍ର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ସମସ୍ତ ବୁଥରେ ଯେପରି ଅବାଧ ନର୍ବାଚନ ହୋଇ ପାରିବ ସେଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦେଶ ଦେବା ପାଇଁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ କାଳିଆ ଯୋଜନାରେ ସହାୟତା ରାଶି ରୋକାଯାଇଥିବାରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।