କମିବ ଏଲପିଜି ଦର !

ରାୟପୁର: କମିପାରେ ଏଲପିଜି ଦର । ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ମାସରେ କମିପାରେ ଏଲପିଜି । ଆଜି ରାୟପୁର ଏୟାରପୋର୍ଟରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସଙ୍କେତ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

ସେ କହିଛନ୍ତି, ଏହା ସତ କି ଲଗାତାର ଘରୋଇ ଇନ୍ଧନର ଦାମ ବଢିବାରେ ଲାଗିଛି । ଥଣ୍ଡା ଋତୁ କାରଣରୁ ଏଲିପିଜି ସିଲିଣ୍ଡରରେ ଅଭାବ ଦେଖା ଦେଉଛି । ଅନ୍ତରାଷ୍ଟ୍ରୀୟ ବଜାର ଦର ମଧ୍ୟ ବୃଦ୍ଧି ପାଇଛି ’। ଏହାସହ ସେ କହିଛନ୍ତି ଚଳିତ ବର୍ଷ ଇନ୍ଧନ ଗ୍ୟାସ ଦର ବଢିଛି, ଆସନ୍ତା ବର୍ଷ କମିପାରେ ।